www.samajalive.in
Sunday, December 7, 2025
16.1 C
Bhubaneswar

ମାନସିକ ଦୁଶ୍ଚିନ୍ତା ଦୂର କରେ ଦହି

କ୍ଷୀରରୁ ପ୍ରସ୍ତୁତ ଅନେକ ପଦାର୍ଥ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ।  ଏଥିରେ ପୁଷ୍ଟିଯୁକ୍ତ, ଭିଟାମିନ,ପ୍ରୋଟିନ ଓ କ୍ୟାଲସିୟମ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ  ରହିଛି। ଏହା ମଧ୍ୟରୁ ଦହି ହେଉଛି ଗୋଟିଏ। ଦହିର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ବିଶେଷ କରି ଖରାଦିନେ ନିୟମିତ ନିଜ ଖାଦ୍ୟରେ ଦହି ସାମିଲ କରନ୍ତୁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
ଗବେଷଣାରୁ ଜଣାପଡିଛି, ଦହିରେ ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ଶରୀର ପାଇଁ ନିତାନ୍ତ ଆବଶ୍ୟକ। ଏଥିରେ କ୍ୟାଲସିୟମର ମାତ୍ରା ଖୁବ ଅଧିକ ଥିବାରୁ ହାଡ ପାଇଁ ଖୁବ ଉପକାରୀ। ହାଡକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଏକ କପ ଦହିରୁ ଦୈନିକ କ୍ୟାଲସିୟମର ମାତ୍ରା ଆବଶ୍ୟକ ଅନୁଯାୟୀ ୪୯ ପ୍ରତିଶତ ମିଳିଥାଏ। ଜାଣନ୍ତୁ ଖରାଦିନେ ନିୟମିତ ଦହି ଖାଇଲେ କି କି ଲାଭ ମିଳିଥାଏ।
ଗବେଷଣାରୁ ଜଣାପଡିଛି, ଦହି ହାଲକା ମାତ୍ର ଅନେକ ପୁଷ୍ଟିଯୁକ୍ତ। ଏହା ଶରୀରରେ ଜଳୀୟଅଂଶ ମାତ୍ରାକୁ ସଠିକ ରଖିବା ସହ ଶକ୍ତି ଯୋଗାଇଥାଏ। ଖରାଦିନେ ଦହି ଖାଇବା ଦ୍ୱାରା ଖରାରର କୁପ୍ରଭାବରୁ ରକ୍ଷା ମିଳିଥାଏ। ଶରୀରକୁ ଭିତରୁ ସତେଜ ରଖିବା ସହ କାର୍ଯ୍ୟକରିବାକୁ ଇଚ୍ଛାଶକ୍ତି ବୃଦ୍ଧି କରିଥାଏ।
ଦହି ସେବନ ଦ୍ୱାରା ଶରୀରରେ ଉତ୍ତମ ବ୍ୟାକ୍ଟେରିଆ ବୃଦ୍ଧି ହୋଇଥାଏ। ଯାହା ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ। ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ। ଏହାସହ କୋଷ୍ଠକାଠିନ୍ୟ, ବଦହଜମି, ପେଟରେ ଜଳାପୋଡା ଅନୁଭବ ହେବା ମଧ୍ୟ ଦୂର ହୋଇଥାଏ।
ଖରାଦିନେ ତ୍ୱଚା ପାଇଁ ଧ୍ୟାନ ଦେବା ମଧ୍ୟ ଆବଶ୍ୟକ। ତେଣୁ ଏହି ସମୟରେ ଦହି ସେବନ କରିବା ଏକ ଉତ୍ତମ ବିକଳ୍ପ। ଦହି ଖାଇବା ସହ ଏହାକୁ ତ୍ୱଚାରେ ମଧ୍ୟ ଲଗାଇପାରିବେ। ଖରାର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ଦହିର ଫେସପ୍ୟାକ ମଧ୍ୟ ବ୍ୟବହାର କରିପାରିବେ। ଏହା ମୁହଁର କୋଷିକାକୁ ସୁସ୍ଥ ରଖିବା ପାଇଁ ସହାୟକ ହୋଇଥାଏ।
ମାନସିକ ଦୁଶ୍ଚିନ୍ତା ଓ ବ୍ୟତିବ୍ୟସ୍ତ ରହୁଥିବା ବ୍ୟକ୍ତି ବିଶେଷ ଦୈନିକ ନିଜ ଖାଦ୍ୟରେ ଦହି ସାମିଲ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଦହି ମସ୍ତିଷ୍କକୁ ଶାନ୍ତ କରିବାରେ ସହାୟକ ହୋଇଥାଏ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories