www.samajalive.in
Saturday, December 6, 2025
19.1 C
Bhubaneswar

ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଖୁବ୍ ଉପକାରୀ ଦହି

ସାଧାରଣତଃ ବହୁତ ଲୋକ ଦହି ଖାଇବାକୁ ଖୁବ୍ ଭଲପାଆନ୍ତି। ସର୍ବତରେ ଏହା ବିଶେଷ ଭାବେ ବ୍ୟବହୃତ ହୋଇଥାଏ। ତେବେ କ’ଣ ଆପଣ ଜାଣନ୍ତି, ଦହି କେବଳ ପାଟିକୁ ସ୍ବାଦିଷ୍ଟ ନୁହେଁ ବରଂ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ। ଶରୀରର ବିଭିନ୍ନ ସମସ୍ୟା ଦୂର କରିବା ସହ ଏହା ତ୍ବଚାର ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ।

ତ୍ୱଚାର ଉଜ୍ବଳତା ପାଇଁ :

- Advertisement -

ଦହିରେ ଗାଜର, କାକୁଡି, ଅମୃତଭଣ୍ଡା ରସ ମିଶ୍ରଣ କରି ତ୍ୱଚାରେ ଲଗାନ୍ତୁ। ଶୀତଦିନେ ଏହି ମିଶ୍ରଣ ତ୍ୱଚା ପାଇଁ ବହୁତ ଲାଭଦାୟକ। ଏହା ତ୍ୱଚାକୁ ଉଜ୍ଜଳ କରାଏ। ଲେମ୍ବୁ ରସ ସହ ଦହି ମିଶ୍ରଣ କରି ମୁହଁ, ହାତ ଓ ଗଳାରେ ଲଗାଇବା ଦ୍ୱାରା ମୃତ କୋଷିକା ବାହାରିଯିବା ସହ ତ୍ୱଚାର ଚମକ ବଢିଥାଏ।

ଆଖି ତଳ କଳା ପଡ଼ୁଥିଲେ :

ଆଖି ତଳ କଳା ଦାଗ ଦୂର ପାଇଁ ଦହିରେ ବେସନ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ। ପ୍ରାୟ ଅଧ ଘଣ୍ଟା ଏହାକୁ ରଖିବା ପରେ ଥଣ୍ଡା ପାଣିରେ ଭଲଭାବରେ ସଫା କରି ଦିଅନ୍ତୁ। ଏହାକୁ ସପ୍ତାହରେ ୩-୪ ଥର ବ୍ୟବହାର କରିବାଦ୍ୱାରା ଆଖି ତଳେ ଦେଖା ଯାଉଥିବା କଳା ଦାଗ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଥାଏ। ଏଥିସହ ବୟସ ରେଖା ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ବ୍ରଣ ସମସ୍ୟା :

ଦହି ମୁହଁରେ ହେଉଥିବା ବ୍ରଣ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଏଥିପାଇଁ ସପ୍ତାହରେ ୨-୩ ଥର ଦହିକୁ ମୁହଁରେ ଧୀରେଧୀରେ ମାଲିସ କରିବାଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

କେଶ ସମସ୍ୟା :

କେଶ ପାଇଁ ମଧ୍ୟ ଦହି ଖୁବ୍ ଉପକାରୀ। ଏହାକୁ ନିୟମିତ ଭାବରେ ବ୍ୟବହାର କରିବାଦ୍ୱାରା କେଶ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।

ହାଡ଼ ସମସ୍ୟା :

ଦହିରେ କ୍ୟାଲସିୟମ ମାତ୍ରା ଅଧିକ ଥିବାରୁ ଏହା ହାଡ଼ ଶକ୍ତ କରିବାରେ ସହାୟକ ହୋଇଥାଏ। ଦହି ଖାଇବା ଦ୍ଵାରା ଦାନ୍ତ ମଧ୍ୟ ମଜବୁତ୍ ହୋଇଥାଏ।

ମଧୁମେହ :

ମଧୁମେହ ରୋଗୀଙ୍କ ପାଇଁ ଦହି ଖାଇବା ଖୁବ୍ ଭଲ। ନିୟମିତ ଦହି ସେବନ କଲେ ମଧୁମେହ ସମସ୍ୟା କିଛି ମାତ୍ରାରେ ନିୟନ୍ତ୍ରିତ ହୋଇଥାଏ। ଦହିରେ ପ୍ରୋଟିନ୍, ଭିଟାମିନ୍, କ୍ୟାଲସିୟମ୍ ଭରପୁର ମାତ୍ରାରେ ଥିବାରୁ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

ପେଟ ସମସ୍ୟା :

ପେଟ ସମସ୍ୟା ଭୋଗୁଥିବା ବ୍ୟକ୍ତିମାନେ ଖାଦ୍ୟରେ ନିୟମିତ ଭାବେ ଦହି ସାମିଲ କରନ୍ତୁ। ଏହାଦ୍ବାରା ସମସ୍ତ ପ୍ରକାର ପେଟ ସମସ୍ୟା ଦୂର ହୋଇଥାଏ। ଦହି ହଜମ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିଥାଏ।

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories