www.samajalive.in
Monday, December 8, 2025
13.1 C
Bhubaneswar

୭୭କୋଟି ଇ-ମେଲ ହ୍ୟାକ୍‍ ; ଆପଣଙ୍କ ଇ-ମେଲ ନାହିଁ ତ’ ତାଲିକାରେ…

ନୂଆଦିଲ୍ଲୀ: ବର୍ଷର ପ୍ରାରମ୍ଭରେ ବିଶ୍ୱର ସବୁଠାରୁ ବଡ଼ ସାଇବର ତଥ୍ୟ ଲିକ୍‍ ଘଟଣା ସାମ୍ନାକୁ ଆସିଛି। ଏକ ହ୍ୟାକର ସଂସ୍ଥା ବିଶ୍ୱର ୯୯କୋଟି ଇ-ମେଲ ଓ ପାସୱାର୍ଡ଼କୁ ସାର୍ବଜନୀନ କରିଦେଇ ସାଇବର ସୁରକ୍ଷାକୁ କାଠଗଡ଼ାରେ ଛିଡ଼ା କରିଦେଇଛି। ଏହି ତଥ୍ୟକୁ ସେୟାରିଂ ୱେବସାଇଟରେ ପ୍ରକାଶ କରାଯିବା ସହ ଏହାକୁ ଆବଶ୍ୟକସ୍ଥଳେ ଡାଉନଲୋଡ଼ କରିବାକୁ ଅନୁମତି ପ୍ରଦାନ କରିଥିଲା ହ୍ୟାକର ସଂସ୍ଥା। ୮୭ଜିବିର ଏହି ଫାଇଲକୁ ଡାଉନଲୋଡ଼ କରିବା ପରେ ଏଥିରେ ୭୭କୋଟି ଇ-ମେଲ ଓ ଏହାର ପାସାୱାର୍ଡ଼ ଦୃଶ୍ୟମାନ ହେଉଥିଲା। ଏଭଳି କାର୍ଯ୍ୟ ହ୍ୟାକରଙ୍କ ପାରିବା ପଣିଆକୁ ପ୍ରମାଣିତ କରୁଥିବାବେଳେ ସାଇବର ସୁରକ୍ଷା ଉପରେ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି।
ଆପଣଙ୍କ ଇ-ମେଲ ଓ ପାସୱାର୍ଡ଼ ହ୍ୟାକ ହେବା ଅର୍ଥାତ୍‍ ଆପଣଙ୍କ ଇ-ମେଲ ଅନ୍ୟ କେହି ବ୍ୟବହାର କରୁଛନ୍ତି। ଏପରିକି ଏହି ଇ-ମେଲର ଅପବ୍ୟବହାର କରାଯିବାର ସମ୍ଭାବନା ଶତ ପ୍ରତିଶତ ରହିଛି କହିବା ଭୁଲ ହେବ ନାହିଁ। ହ୍ୟାକରଙ୍କ ଏଭଳି କାର୍ଯ୍ୟ ବିଶ୍ୱବାସୀଙ୍କୁ ଚକିତ କରିଦେଇଛି। ଏତେ ସଂଖ୍ୟାରେ ଇ-ମେଲ ପାସୱାର୍ଡ଼ ହ୍ୟାକ ହେଲା କିପରି ଏହାକୁ ନେଇ ଏବେ ସାଇବର ସୁରକ୍ଷାକର୍ମୀ ଚିନ୍ତାରେ ପଡ଼ିଛନ୍ତି।
ଅଷ୍ଟ୍ରେଲିଆର ସାଇବର ସିକ୍ୟୁରିଟି ବୈଜ୍ଞାନିକ ଟ୍ରୟ ହଣ୍ଟଙ୍କ ଦ୍ୱାରା ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶ୍ୱରେ ହ୍ୟାକରଙ୍କ ପାରିବା ପଣିଆକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ପରବର୍ତ୍ତୀ ସମୟରେ ତରବରିଆ ଭାବେ ସାଇବର ସୁରକ୍ଷା କର୍ମୀ ପବ୍ଲିକ ସେୟାରିଂ ୱେବସାଇଟରୁ ଏହି ଫାଇଲକୁ ଡିଲିଟ୍‍ କରିଦେଇଥିଲେ ମଧ୍ୟ ସୁରକ୍ଷାଗତ ଦୃଷ୍ଟିକୋଣରୁ ଏହି ତଥ୍ୟକୁ ୱେବସାଇଟ ମାଧ୍ୟମରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସ୍ଥାନିତ କରାଯାଇଛି। ମେଗ୍‍ ନାମକ ଏକ ୱେବସାଇଟରେ ଏହି ତଥ୍ୟକୁ ଅପଲୋଡ଼ କରାଯାଇ ଥିଲା। ୧୨ହଜାରଟି ଫାଇଲକୁ ପବ୍ଲିକ ଡୋମେନରୁ ହଟାଇ ଦିଆଯାଇ ଥିଲେ ମଧ୍ୟ ନିଜ ଇମେଲ ସୁରକ୍ଷିତ କି ନାହିଁ ତାହା ଜାଣିବା ପାଇଁ ଏକ ସ୍ୱତନ୍ତ୍ର ୱେବସାଇଟରେ ଏହି ତାଲିକାକୁ ସ୍ଥାନ ଦିଆଯାଇଛି। https://haveibeenpwned.com/ ନାମକ ଏହି ୱେବସାଇଟରେ ଆପଣ ଆପଣଙ୍କ ଇ-ମେଲ ଲେଖି ଏହା ହ୍ୟାକ୍‍ ହୋଇଛି କି ନାହିଁ ଜାଣି ପାରିବେ। ଉପରୋକ୍ତ ୱେବସାଇଟରେ ଆପଣଙ୍କ ଇ-ମେଲ ଲେଖିବା ପରେ ଯଦି ‘Oh no — pwned!’ ଉଲ୍ଲେଖୀତ ହୁଏ ତେବେ ଆପଣଙ୍କ ଇ-ମେଲ ହ୍ୟାକ ହୋଇଯାଇଛି ବୋଲି ଜାଣି ପାରିବେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories