ଉଡ଼ାଣ ଭରିବା ବେଳେ ଜଳିଗଲା ବିମାନ : ୧୦୦ରୁ ଅଧିକ ମୃତ

0

ହାଭାନା :  କ୍ୟୁବାର ରାଜଧାନୀ ହାଭାନାର ଜେସ୍‍ ମାର୍ଟି ଆନ୍ତର୍ଜାତିକ ବିମାନବନ୍ଦରରେ ଏକ ବିମାନ ଉଡାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି ଫଳରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର କ୍ୟୁବାର ରାଷ୍ଟ୍ରାୟତ୍ତ ଏୟାରଲାଇନର ବୋଇଙ୍ଗ ୭୩୭ ରନୱେରେ ଉଡାଣ ଭରିବା (ଟେକ ଅପ୍‍) କରିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ୯ ବିମାନ କର୍ମଚାରୀ ଓ ୧୦୪ ଯାତ୍ରୀ ଥିଲେ। ତେବେ ଏହି ବିମାନ ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣାର ଭୟାବହତାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।

ରିପୋର୍ଟ ଅନୁଯାୟୀ ବିମାନଟି ହୋଲଗୁଇନ ସହର ଅଭିମୁଖେ ଯାଉଥିଲା। ବିମାନଟି ରନୱେ ନିକଟ ଚାଷ ଜମିରେ ପସିଯାଇ ଜଳି ଯାଇଥିଲା। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ କରିଥିଲା। ଏହା ସହିତ ଜରୁରୀକାଳୀନ ଚିକିତ୍ସା ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ରାଷ୍ଟ୍ରପତି ମିଗୁଏଲ ଡିଆଜ କାନେଲ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି।

Leave A Reply