www.samajalive.in
Saturday, December 6, 2025
26.1 C
Bhubaneswar

କଟକରେ ଜମୁଛି ଶୀତବଜାର; ଲାଭରେ ବ୍ୟବସାୟୀ

କଟକ: ଜମୁଛି ଶୀତବଜାର। କଟକରେ ଲାଭବାନ୍‌ ହେଉଛନ୍ତି ଶୀତ ବ୍ୟବସାୟୀ। ଗ୍ରାହକ କିଣୁଛନ୍ତି ଭଳିକି ଭଳି ମନ ପସନ୍ଦର ଶୀତବସ୍ତ୍ର। ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ଅନୁଭୂତ ହେଉଛି ପ୍ରବଳ ଶୀତ।
କେବଳ ରାତି ନୁହେଁ ବରଂ ଦିନରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଶୀତ ଅଧିକ ଅନୁଭୂତ ହେବା କାରଣରୁ ଲାଭବାନ୍‌ ହେଉଛନ୍ତି ଶୀତବସ୍ତ୍ର ବ୍ୟବସାୟୀ। ଶୀତବସ୍ତ୍ର ବିକ୍ରି ପାଇଁ ପ୍ରତିବର୍ଷ ଓଡିଶା ଆସିଥାନ୍ତି ତିବ୍ବତୀୟ ଶୀତବସ୍ତ୍ର ବ୍ୟବସାୟୀ। ବର୍ଷ ବର୍ଷ ଧରି ଏହି ସମୟରେ କଟକରେ ଶୀତବସ୍ତ୍ର ବ୍ୟବସାୟ କରି ଆସୁଥିବା ବେଳେ ଚଳିତବର୍ଷ ଭଲ ବ୍ୟବସାୟ ଲକ୍ଷ୍ୟ ରଖିଛନ୍ତି ଏମାନେ। ଅନ୍ୟପଟେ ନିଜର ମନ ପସନ୍ଦ ଶୀତବସ୍ତ୍ର କିଣି ବେଶ୍ ଖୁସି ଅଛନ୍ତି କଟକବାସୀ।

ଶୀତଋତୁ ଆଗମନରେ କଟକରେ ଖୋଲିଥାଏ। ଏହି ତିବ୍ବତୀୟ ଶୀତବସ୍ତ୍ର ମାର୍କେଟ। କଟକ ମଙ୍ଗଳାବାଗ କାଠଗୋଲା ରୋଡ ମହାନଦୀ କୂଳରେ ୫୦ଟି ଷ୍ଟଲରେ ବ୍ୟବସାୟ କରୁଛନ୍ତି ବ୍ୟବସାୟୀ। ପାଖାପାଖି ୫୦ ବର୍ଷ ହେବ ଶୀତ ଋତୁରେ ଏମାନେ କଟକରେ ବ୍ୟବସାୟ କରି ଆସୁଛନ୍ତି। ପୂର୍ବରୁ ହାତ ତିଆରି ସ୍ୱେଟର, ସାଲ୍ ଆଦି ବ୍ୟବସାୟ କରୁଥିବା ବେଳେ ବର୍ତମାନ ସମୟରେ ଆଧୁନିକ ଢାଞ୍ଚାର ଜ୍ୟାକେଟ, କମ୍ବଳ, ମୋଜା, ମଫ୍ଲର୍, ଗ୍ଲୋବସ ଆଦି ଅନେକ ଶୀତ ବସ୍ତ୍ର ବ୍ୟବସାୟ କରାଯାଉଛି। ବିଶେଷ କରି ଏଗୁଡ଼ିକୁ ଦିଲ୍ଲୀ, ହରିଆଣା ଆଦି ଅଞ୍ଚଳରୁ ଅଣାଯାଏ। ନବଜାତ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ବୟସର ବ୍ୟକ୍ତିଙ୍କ ପାଇଁ ସମସ୍ତ ପ୍ରକାରର ଶୀତବସ୍ତ୍ର ଏଠାରେ ମିଳୁଛି। ଗ୍ରାହକ ମାନଙ୍କର ଚାହିଦାକୁ ନେଇ ସମସ୍ତ ବସ୍ତ୍ରକୁ ଅଣାଯାଏ ଓ କଟକରେ ପ୍ରତିବର୍ଷ ଭଲ ବ୍ୟବସାୟ ହୁଏ। ପାଖାପାଖି ତିନି ମାସ ଧରି ଚାଲିଥାଏ ଏହି ମାର୍କେଟ। ବର୍ତ୍ତମାନ ଶୀତ ଅଧିକ ରହିଥିବାରୁ ବ୍ୟବସାୟ ଭଲ ରହିଥିବା କହିଛନ୍ତି ବ୍ୟବସାୟୀ ସଂଘ ସମ୍ପାଦକ।

୧୨ ବର୍ଷ ପରେ.. ଗଜଲକ୍ଷ୍ମୀ, ଗଜକେସରୀ ରାଜଯୋଗ; ୬ ରାଶି ହେବେ ମାଲାମାଲ୍‌, କିଣିବେ ଜମି, ରାଜାଙ୍କ ଭଳି ମିଳିବ ଜୀବନ..

- Advertisement -

୧୯୫୯ ମସିହାରେ ତିବ୍ବତ ଉପରେ ଚାଇନା କବଜା କରିବା ପରେ ଅନେକ ଶରଣାର୍ଥୀମାନେ ଭାରତ ଭିତରକୁ ଚାଲି ଆସିଥିଲେ। ସେହି ଶରଣାର୍ଥୀ ମାନଙ୍କର ମଧ୍ୟରୁ କିଛିଙ୍କୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଗଜପତି ଜିଲ୍ଲା ଚନ୍ଦ୍ରଗିରି ଠାରେ ସ୍ଥାପିତ କରାଯାଇଥିଲା। ସେବେଠାରୁ ନିଜର ପେଟ ପୋଷିବା ପାଇଁ ଏହି ଶରଣାର୍ଥୀମାନେ ଶୀତବସ୍ତ୍ର ବ୍ୟବସାୟ ଆରମ୍ଭ କରିଥିଲେ। ବିଶେଷ କରି କଟକ ସହରରେ ଦୁଇ ପୀଢ଼ି ଧରି ବ୍ୟବସାୟ କରି ଆସୁଛନ୍ତି ଏମାନେ। ପୂର୍ବ ବର୍ଷ ମାନଙ୍କରେ କଟକ ଖାନ ନଗରଠାରେ ଏହି ମାର୍କେଟ ଲଗାଯାଉଥିଲା, ହେଲେ ବସ୍ ଟର୍ମିନାଲ ନିର୍ମାଣ ପରେ ଏହି ମାର୍କେଟ ମଙ୍ଗଳାବାଗକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଶୀତ ବଢିବା ପରେ ଶୀତବସ୍ତ୍ର ବଜାରରେ ଧିରେ ଧିରେ ଭିଡ ଜମିବାରେ ଲାଗୁଛି। ନିଜର ପରିବାର ସହ ଓ ସାଙ୍ଗସାଥୀ ମାନଙ୍କର ସହ ବସ୍ତ୍ର କିଣିବା ପାଇଁ ଆସି ପହଞ୍ଚୁଛନ୍ତି। ଫିକ୍ସ ରେଟ୍ ଥିବା ବେଳେ ଚଳିତବର୍ଷ ସବୁ ଜିନିଷ ଗୁଡ଼ିକର ଦର୍ ଠିକ ଠାକ ରହିଥିବା କଥା କହିଛନ୍ତି ଗ୍ରାହକ ମାନେ। ଶୀତ ବସ୍ତ୍ର ମାର୍କେଟ ବୁଲିବା ସହ ନିଜ ମନ ପସନ୍ଦର ବସ୍ତ୍ର କିଣି ବେଶ୍ ଖୁସି ଗ୍ରାହକ ।
ରାଜ୍ୟରେ ଶୀତର ପ୍ରଭାବ ବଢିବା ପରେ ତିବ୍ବତୀୟ ଶୀତ ବସ୍ତ୍ର ମାର୍କେଟରେ ବ୍ୟବସାୟ ବେଶ ଭଲ ରହିଛି। ପାଗ ଠିକ ଠାକ ରହିଲେ ଏହି ୩ ମାସରେ ବ୍ୟବସାୟୀ ମାନେ ମାତ୍ରାଧିକ ଲାଭାନ୍ବିତ ହେବେ ବୋଲି ଆଶା ରଖିଛନ୍ତି ।

ବାସ୍ତୁ : ନୂଆବର୍ଷରେ ନୂଆ କ୍ୟାଲେଣ୍ଡର ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍‌..

ଦେଖନ୍ତୁ ଭିଡିଓ; ରାସ୍ତାରେ ଯାଉଥିଲା ବିଶାଳକାୟ ସାପ, ଯୁବକ କଲେ ଏମିତି..

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories