www.samajalive.in
Saturday, December 6, 2025
26.1 C
Bhubaneswar

ମକର ମେଳା ପାଇଁ ପ୍ରସ୍ତୁତି ବୈଠକ

କଳାପଥର (ବାଙ୍କୀ): ମହାନଦୀ ମଧ୍ୟଭାଗରେ ବୈଦ୍ୟେଶ୍ୱର-ଗୋପୀନାଥପୁର ଟିସେତୁ କଡ଼ରେ ସିଂହନାଥ ପୀଠରେ ମକରମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ତିନି ଦିନ ଅନୁଷ୍ଠିତ ହେବ ମକର ମେଳା। କଟକ ଜିଲ୍ଲାର ସର୍ବ ପୂରାତନ ଶୈବପୀଠ ରୂପେ ପରିଚିତ ଗୋପୀନାଥପୁର ମହାନଦୀର ମଧ୍ୟ ଭାଗରେ ପଥୁରିଆ ପାହାଡ଼ର ପାଦ ଦେଶରେ ବିରାଜିତ ବାବା ସିଂହନାଥ ପୀଠ। ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ଦିନ ଠାରୁ ପୀଠରେ ପାଳିତ ହୁଏ ମକର ମେଳା। ମକର ମେଳାକୁ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ଆଜି ଦେବୋତ୍ତର ଅଧିକାରୀଙ୍କ ପକ୍ଷରୁ ବାବା ସିଂହନାଥ ପୀଠରେ ଥିବା ପର୍ଯ୍ୟଟନ ବ୍ୟାଖ୍ୟାନ କେନ୍ଦ୍ରରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ରୂପେ ବଡ଼ମ୍ବା – ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରା ଯୋଗ ଦେଇଥିଲେ। ଏହି ପ୍ରସ୍ତୁତି ବୈଠକରେ ବଡ଼ମ୍ବା ତହସିଲଦାର ଶାଶ୍ୱତ ରଞ୍ଜନ ଦାସ, ବିଡ଼ିଓ ରମେଶ ଜେନା, ବଡମ୍ବା ଥାନା ଅଧିକାରୀ ସଞ୍ଜୟ କୁମାର୍ ଜେନା, ବ୍ଲକ୍ ଅଧ୍ୟକ୍ଷ ରଘୂପତି ମହାନ୍ତି, ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଭୁଦତ୍ତ ପଟ୍ଟନାୟକ, ବାଙ୍କୀ ଡେପୁଟି କଲେକ୍ଟର, ଅଗ୍ନିଶମ ଅଧିକାରି, ବିଦ୍ୟୁତ୍ ବିଭାଗ ଅଧିକାରି, ପୂର୍ତ୍ତ ବିଭାଗ ଅଧିକାରୀ, ଇରିଗେଶନ ଅଧିକାରି , ସ୍ୱାସ୍ଥ୍ୟ ବିଭାଗ ଅଧିକାରି, ସ୍ଥାନୀୟ ସରପଞ୍ଚ ଯଯାତି କେଶରୀ ନାୟକ, ସମିତି ସଭ୍ୟ ଜିତେନ୍ଦ୍ର କୁମାର ମଲ୍ଲିକ, ସିଂହନାଥ ଉନ୍ନୟନ ପରିଷଦ ସଂପାଦକ ନିରଞ୍ଜନ ଶତପଥୀ, ମନ୍ଦିର ସେବାୟତଙ୍କ ସମେତ ସ୍ଥାନୀୟ ଅଞ୍ଚଳ ବାସୀ ଯୋଗ ଦେଇଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories