www.samajalive.in
Saturday, December 6, 2025
26.1 C
Bhubaneswar

ରେଷ୍ଟୁରାଣ୍ଟ ବିଲ୍‌ରେ ଅତୁଲ ସୁବାସଙ୍କୁ ଶ୍ରଦ୍ଧାଞ୍ଜଳୀ

ବେଙ୍ଗାଲୁରୁ: କିଛି ଦିନ ପୂର୍ବରୁ ପତ୍ନୀ ଏବଂ ଶ୍ଵଶୁର ଘର ଲୋକଙ୍କ ନିର୍ଯ୍ୟାତନା ସହ୍ୟ କରିନପାରି କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ବାସ କରୁଥିବା ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁବାସ ଆତ୍ମହତ୍ୟା କରିଥିଲେ। ଅତୁଲ ତାଙ୍କ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ସହ ଦେଢ ଘଣ୍ଟାର ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ। ଯାହା ସମସ୍ତଙ୍କୁ ବେଶ୍ ଦୁଃଖିତ କରିଛି। ପୁଲିସ୍ ଏହି ଘଟଣାରେ ତାଙ୍କ ପତ୍ନୀ ନିକିତା, ନିକିତାଙ୍କ ମାଆ ଓ ଭାଇକୁ ଗିରଫ କରିଛି।

ତେବେ ଅତୁଲଙ୍କ ଏହି ଭିଡିଓ ବାର୍ତ୍ତା ପରେ ସୋସିଆଲ ମିଡିଆରେ ଏକ ରେଷ୍ଟୁରାଣ୍ଟ  ବିଲ୍ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ଅତୁଲ ସୁବାସଙ୍କୁ ସ୍ଵତନ୍ତ୍ର ଭାବରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ଏହି ବିଲର ଉପରି ଭାଗରେ ଆଇଟମ୍ ଏବଂ ଏହାର ମୂଲ୍ୟ ଉଲ୍ଲେଖ ରହିଛି। ଏବଂ ବିଲର ତଳ ଭାଗରେ ଅତୁଲ ସୁବାସଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ବିଲ୍‌ରେ ଉଲ୍ଲେଖ ରହିଛି ଯେ ଅତୁଲଙ୍କ ଜୀବନ ହାରିବା ଘଟଣାରେ ଆମେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଉଛୁ। ଆପଣଙ୍କ ଆତ୍ମାକୁ ସଦଗତି ମିଳୁ। ରିପ୍ ଭାଇ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories