କିଡନୀ ରୋଗୀଙ୍କ ପାଇଁ ଭିନ୍ନ ଭିନ୍ନ ପସନ୍ଦର ଔଷଧ ଯୋଗାଇବା ସମ୍ଭବ ନୁହେଁ:ମୁଖ୍ୟ ଶାସନ ସଚିବ

ଉନ୍ନତମାନର ଔଷଧ ଯୋଗାଇବା ଦାବିରେ ରାଜଭବନ-ଏଜି ରାସ୍ତାରେ କିଡନୀ ରୋଗୀଙ୍କ ଆନ୍ଦୋଳନ

ଭୁବନେଶ୍ବର: ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କିଡନୀ ରୋଗୀଙ୍କୁ ଔଷଧ ଯୋଗାଣର ସମୀକ୍ଷା କରିଛନ୍ତି। ରୋଗୀଙ୍କୁ ନିରାମୟ କାଉଣ୍ଟରରେ ଓଏସଏମସିଏଲ ଦେଉଥିବା ଔଷଧର ସମୀକ୍ଷା କରିଛନ୍ତି। ଦିଆଯାଉଥିବା ଔଷଧର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। କିଡନୀ ରୋଗୀଙ୍କ ପାଇଁ ଭିନ୍ନ ଭିନ୍ନ ପସନ୍ଦର ଔଷଧ ଯୋଗାଇବା ସମ୍ଭବ ନୁହେଁ ବୋଲି ମୁଖ୍ୟଶାସନ ସଚିବ ପ୍ରକାଶ କରିଛନ୍ତି। ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ସହ ଉନ୍ନତ ମାନର ଔଷଧ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଛନ୍ତି।

prayash

ଏଠାରେ ସୂଚନା ଯୋଗ୍ୟ ଯେ ରାଜଭବନ-ଏଜି ରାସ୍ତାରେ କିଡନୀ ରୋଗୀ ପ୍ରତିବାଦ କରିଛନ୍ତି। ରାସ୍ତାରେ ଶୋଇ କିଡନୀ ରୋଗୀ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଉନ୍ନତମାନର ଔଷଧ ଯୋଗାଇବା ଦାବିରେ ଆନ୍ଦୋଳନ ଜାରି ରହିଛି। ଉନ୍ନତମାନର ଔଷଧ ଯୋଗାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

kalyan agarbati

Comments are closed.