nua o banner

ଅଶୋଧିତ ତୈଳ ଦର ଶତାଦ୍ଧୀରେ ସର୍ବନିମ୍ନ : ମହଜୁଦ ପାଇଁ ସ୍ଥାନ ଅଭାବ ବଢାଇଲା ସମସ୍ୟା

୧୬ ଡଲାର ତଳକୁ ଖସିଲା ବ୍ରେଣ୍ଟ କ୍ରୁଡ

BJD Bijuli 480×75 Mob

ଲଣ୍ଡନ୍‌ : କୋଭିଡ୍‌-୧୯ ବା କରୋନା ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହେଉଥିବା ଅହେତୁକ ହ୍ରାସ ଏବେ ସମଗ୍ର ବିଶ୍ବକୁ ଚିନ୍ତାରେ ପକାଇଦେଇଛି। ମଙ୍ଗଳବାର ୱେଷ୍ଟ ଟେକ୍ସାସ ଇଣ୍ଟର ମିଡିଏଟ୍‌ (ଡବ୍ଲ୍ୟୁଟିଆଇ) ଦର ବ୍ୟାରେଲ ପିଛା ୧୨.୦୫ ଡଲାରକୁ ଖସିଆସିଥିବାବେଳେ ଲଣ୍ଡନ୍‌ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୧୬ ଡଲାର ତଳକୁ ଖସିଆସିଛି । ଫଳରେ ଅଶୋଧିତ ତେଲ ଦର ଏବେ ଶତାଦ୍ଧୀର ସର୍ବନିମ୍ନ ସ୍ତରକୁ ଖସିଆସିଛି । କରୋନା ଯୋଗୁ ତୈଳ ଚାହିଦାରେ ହ୍ରାସ ଘଟୁଥିବା ଯୋଗୁ ଅତ୍ୟଧକ ​‌‌‌‌ଯୋଗାଣ ଜନିତ ସ୍ଥିତି ଏଭଳି ପରିସ୍ଥିତି ସୃଷ୍ଟି କରିଛି । ପୂର୍ବ କାରବାର ଦିମସରେ ୨୪% ହ୍ରାସ ଘଟିଥିବା ବ୍ରେଣ୍ଟ କ୍ରୁଡ ମୂଲ୍ୟ ବୁଧବାର ବ୍ୟାରେଲ ପିଛା ୧୫.୯୮ ଡଲାରକୁ ଖସିଆସିଛି । ଏହା ୧୯୯୯ ଜୁନ୍‌ଠାରୁ ସବୁଠୁ ସର୍ବନିମ୍ନ । ତେବେ ଗତକାଲି ଶୂନ୍ୟ ଡଲାର ସ୍ଥିତିକୁ ଖସିଆସିଥିବା ଡବ୍ଲ୍ୟୁଟିଆଇ ତୈଳ ଦରରେ ଆଜି ବ୍ୟାରେଲ ପିଛା ୧୫ ସେଣ୍ଟସ କିମ୍ବା ୧.୩% ହ୍ରାସ ଘଟି ୧୧.୪୨ ଡଲାରକୁ ହ୍ରାସ ଘଟିଛି ।

ଆମେରିକା ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଟ୍ରମ୍ପ ପ୍ରଶାସନର ଚିନ୍ତା ବଢାଇଛି । ଉତ୍ପାଦନ ପରେ ଅଶୋଧିତ ତୈଳକୁ ମହଜୁଦ କରିବାକୁ ସ୍ଥାନାଭାବ ଏବେ ଆମେରିକା ପାଇଁ ବଡ ସମସ୍ୟା ହୋଇଛି । ଯାହାଫଳରେ ୱେଷ୍ଟ ଟେକ୍ସାସ ଇଣ୍ଟର ମିଡିଏଟ୍‌ (ବା ଡବ୍ଲ୍ୟୁଟିଆଇ ଦର ସର୍ବନିମ୍ନ ସ୍ତରକୁ ଖସିଆସିଛି । ବିଶ୍ବବ୍ୟାପୀ କୋରାନା ପାଇଁ ଲାଗୁ ହୋଇଥିବା ଲକ୍‌ ଡାଉନ୍‌ରେ ତୈଳ ଚାହିଦାରେ ହ୍ରାସ ଘଟିଛି । ବିଗତ ୫ ଦିନରେ ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ମୂଲ୍ୟରେ ୫୦% ହ୍ରାସ ଘଟିଛି ।

Comments are closed.