www.samajalive.in
Monday, December 15, 2025
17.1 C
Bhubaneswar

ଲଡାଙ୍ଗ ସିଆରପିଏଫ୍ ପକ୍ଷରୁ ଜନସଂପର୍କ ଶିବିର

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ଗ୍ରାମ ପଞ୍ଚାୟତ ଲଡାଙ୍ଗ ଠାରେ ଥିବା ସିଆରପିଏଫ ୧୨ ବାଟାଲିୟନ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ସେକ୍ଟର ପୁଲିସ ମହାନିରୀକ୍ଷକ ସଂଗ୍ରାମ କେଶରୀ ମହାନ୍ତିଙ୍କ ନିର୍ଦେଶ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ସିଆରପିଏଫ କମାଣ୍ଡାଣ୍ଟ ମହମ୍ମଦ ସାଜିଦ ଯୋଗଦେଇ ସେନା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଦରକାର ବୋଲି କହିଥିଲେ । ଗ୍ରାମର ମଙ୍ଗଳ ଏବଂ ନିଜର ମଙ୍ଗଳ ପାଇଁ ପ୍ରଶାସନ ଓ ସରକାରଙ୍କ ସାଥ ଦେଇ ନିଜର ସମାଜ ଏବଂ ଦେଶର ବିକାଶ କରିବା ଜରୁରୀ ଏବଂ ସିଆରପିଏଫ ସବୁ ପ୍ରକାର ସହଯୋଗ କରିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସମ୍ବର୍ଦ୍ଧିତ କରିବା ସହ କମାଣ୍ଡାଣ୍ଟ ମହମ୍ମଦ ସାଜିଦ ସିଆରପିଏଫର ସିଭିକ ଏକ୍ସନ ପ୍ରୋଗ୍ରାମ ବିଷୟରେ ବୁଝାଇଥିଲେ ଏବଂ କହିଥିଲେ ଯେ ସମାଜ ଏବଂ ଦେଶର ବିକାଶ ଦିଗରେ ଗ୍ରାମୀଣ କ୍ଷେତ୍ରରେ ରୋଜଗାରକ୍ଷମ ଓ ଯୁବକ ମାନଙ୍କୁ ଦେଶର ରକ୍ଷାପାଇଁ ସେନା ଅବା ସିଆରପିଏଫ ଚାକିରୀ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସମୟରେ ଲାଞ୍ଜି ପଞ୍ଚାୟତର ମୋବାଇଲ ନେଟୱର୍କ ସମସ୍ୟା ଏବଂ ଏହି ସମସ୍ୟାର ସମାଧାନ ନିହାତି ହେବା ଦରକାର ଅଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ୧୦୧ ଜଣଙ୍କୁ ଘର କରଣା ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଲାଞ୍ଜି ପଞ୍ଚାୟତ ସରପଞ୍ଚ ଯମୁନା ମାଝୀ, ମୂଷାନାଳ ଷ୍ଟେଟବ୍ୟାଙ୍କ ପରିଚାଳକ ,ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ମଲ୍ଲିକ, ଡୁମ୍ବେ ମାଝୀ , ରବି ମାଝୀ , ଅର୍ଜୀବ ହରିଜନ ପ୍ରମୁଖ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଲାଞ୍ଜି ପଂଚାୟତର ୧୦ ଟି ଗ୍ରାମରୁ ପ୍ରାୟ ୫୦୦ରୁ ଅଧିକ ଲୋକ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସିଆରପିଏଫ କମାଣ୍ଡାଣ୍ଟ ଅମିତ ସିଂ ସତପାଲ ଖଟାନା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଯବାନମାନେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories