www.samajalive.in
Sunday, December 14, 2025
26.1 C
Bhubaneswar

ତବଡାବାହାଲରେ ମାଁ ଗଡପଟିଏନ୍ ପୂଜା

ରେଙ୍ଗାଲି :   ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ର ତବଡାବାହାଲ ଗ୍ରାମରେ ମାଁ ଗଡପଟିଏନ୍ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆରାଧ୍ୟ ଦେବୀ  ଗଡପଟିଏନ୍  ବିଧିମତେ ପୂଜା ଅର୍ଚ୍ଚନା କରାଯାଇଥିଲା । ଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗି ରହିଥିଲା । ରେଙ୍ଗାଲି ବିଧାୟକ ନାଉରି ନାଏକଙ୍କ ସହ ବିଜେପି ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ  ପଟେଲ, ପୂର୍ବତନ ବିଧାୟକ  ଦୁର୍ଯ୍ୟୋଧନ ଗର୍ଡିଆ, ଜିଲ୍ଲା କଂଗ୍ରେସ ସମ୍ପାଦକ ସୁବାସ ବିଶ୍ବାଳ, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ ପ୍ରମୁଖ ବହୁ ରାଜନୈତିକ ନେତା ଅତିଥି ରୂପେ ଯୋଗଦେଇ ଦେବୀଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ଦିନ ମହାନ୍ ସ୍ବାଧୀନତା ସଂଗ୍ରାମୀ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଅଭେଦ୍ୟ ଦୁର୍ଗ କୁହାଯାଉଥିବା ଗଡପାଟି ପର୍ବତ ଶିଖରରେ ଦେବୀଙ୍କୁ ପୂଜା କରାଯାଇଥାଏ । ଇଂରେଜ ଶାସକଙ୍କ ବିରୋଧରେ ସୁରେନ୍ଦ୍ର ସାଏ ସଂଗ୍ରାମ କରୁଥିବା ସମୟରେ ଗଡପାଟି ଦୁର୍ଗରେ ନିଜ ଗରିଲା ବାହିନୀ ସହିତ ଅବସ୍ଥାନ କରି ଇଂରେଜ ସେନା ସହିତ ଏହି ଦୁର୍ଗରୁ ଗରିଲା ଯୁଦ୍ଧ କରୁଥିଲେ ବୋଲି ଐତିହାସିକ ତଥ୍ୟରୁ ପ୍ରକାଶ। ସୁରେନ୍ଦ୍ର ସାଏଙ୍କ  ଆରାଧ୍ୟ ଦେବୀ ସମଲେଶ୍ବରୀଙ୍କୁ ଏହି ଦୁର୍ଗକୁ ଆବାହନ କରି  ପୂଜା ଅର୍ଚ୍ଚନା କରୁଥିଲେ ବୋଲି କିମ୍ବଦନ୍ତୀ ଅଛି । ଗଡପାଟି ଦୁର୍ଗର ନାମ ଅନୁସାରେ ଦେବୀ ସମଲେଶ୍ବରୀ ଏହି ଦୁର୍ଗରେ ଗଡପଟିଏନ୍ ରୂପେ ପୂଜା ପାଉଛନ୍ତି ବୋଲି ଜନଶ୍ରୁତି ରହିଛି।
ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀର ଶୁଭ ଅବସରରେ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ  ତବଡାବାହାଲ ଗ୍ରାମ ଏବଂ କତରବଗା ପଞ୍ଚାୟତର ଝରନପାଲିରେ  ପ୍ରତିବର୍ଷ  ମାଁ ଗଡପଟିଏନ୍ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଥାଏ।  ପୂଜା ଉପଲକ୍ଷେ ଉଭୟ ଗ୍ରାମରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories