www.samajalive.in
Sunday, December 14, 2025
26.1 C
Bhubaneswar

ଆଉ ୯ ଓଟିଏମ୍ ଶ୍ରମିକଙ୍କ ମୃତ୍ୟୁ, ସଂଖ୍ୟା ୭୩୯ ଛୁଇଁଲା

ଚୌଦ୍ୱାର : ବନ୍ଦ ଓଟିଏମର ଆଉ ୯ଜଣ ଶ୍ରମିକଙ୍କର ଗତ ଦୁଇ ସପ୍ତାହ ମଧ୍ୟରେ ମୃତ୍ୟୁ ଘଟିଛି। ସେମାନେ ହେଲେ ଚୌଦ୍ୱାର ପୌରପାଳିକା ୧୧ ନମ୍ବର ୱାର୍ଡ଼ର ଏସ୍.ଏଚ୍.ରାଓ(୭୫), ୮ନମ୍ବର ୱାର୍ଡ଼ର ଗଣେଶ୍ୱର ବାରିକ(୭୦), ୨ନମ୍ବର ୱାର୍ଡ଼ର କୈଳାସ ପରିଡ଼ା(୭୫), ସନ୍ତୋଷ ନାୟକ(୫୦) ଓ ଶରତ କୁଅଁର(୬୫), ମୁଣ୍ଡମାଳର ଅର୍ଜୁନ କର(୭୨) ଓ ସନାତନ ବେହେରା(୬୫) , ଜଗତପୁରର ପ୍ରଦୀପ ଜେନା(୬୫) ଏବଂ ଧୃବ ଚରଣ ସ୍ୱାଇଁ(୬୮) । ଏମାନଙ୍କ ମୃତ୍ୟୁ ପରେ ମୃତ ଶ୍ରମିକ ଓ କର୍ମଚାରୀଙ୍କ ସଂଖ୍ୟା ୭୩୯ରେ ପହଞ୍ଚିଛି । ଓଟିଏମ୍ ଶ୍ରମିକ ଓ କର୍ମଚାରୀ ମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିବା ପାଇଁ ଉଚ୍ଚ ନ୍ୟାୟଳୟ ନିର୍ଦେଶ  ଦେବା ପରେ ଏଦିଗରେ ସରକାର ପ୍ରକ୍ରିୟା ଅରମ୍ଭ କରି ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ଶୀଘ୍ର ପଦକ୍ଷେପ ନେବାର ବ୍ୟବସ୍ଥା କରୁଥିବାବେଳେ ଏହି ମୃତକ ମାନେ ଏହି ସୁଫଳ ଭୋଗ କରି ପାରିଲେ ନାହିଁ ବୋଲି ଶ୍ରମିକ ସଂଗଠନର ନେତା ବିଭୂ ପ୍ରସାଦ ରଥ କ୍ଷୋଭର ସହ ପ୍ରକାଶ କରିଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories