www.samajalive.in
Monday, December 15, 2025
24.1 C
Bhubaneswar

ସଚେତନତା ନେଇ ଆରପିଏଫର ନିଆରା ଉଦ୍ୟମ

ଟିଟିଲାଗଡ଼ ; ଟିଟିଲାଗଡ ଆରପିଏଫ ଦ୍ୱାରା କରୋନା ମହାମାରୀ ସଚେତନତା ନେଇ ମଙ୍ଗଳବାର ନିଆରା ପ୍ରୟାସ କରାଯାଇଛି। ଯାହା ଏବେ ଆଲୋଚନାର ବିଷୟ ପାଲଟିଛି। ଆରପିଏଫର ଜଣେ କର୍ମଚାରୀ କରୋନା ରାକ୍ଷସ ରୂପରେ ସଜ୍ଜିତ ହୋଇ ଅଧିକାରୀ କର୍ମଚାରୀଙ୍କ ଗହଣରେ ରେଳ କଲୋନି ତଥା ସଂଲଗ୍ନ ଅଂଚଳରେ ଲୋକଙ୍କୁ ବିପଦ ସମ୍ପର୍କରେ ସଚେତନ ସହ ଘରୁ ନବାହାରିବାକୁ ପରାମର୍ଶ ଦେଇଥିଲେ। ଏହା ସହ ଆରପିଏଫ ପକ୍ଷରୁ ଏନେଇ ବାଇକ ଯୋଗେ ସହରର ରେଳବିଭାଗ ପରିସର ଅଂଚଳ ବୁଲି ଲୋକଙ୍କୁ ସଚେତନ କରାଯାଇଥିଲା। ଆରପିଏଫ ଜରିଆରେ ପୂର୍ବତଟ ରେଳବାଇ ଅଫିସର୍ସ ଆସୋସିଏସନ ଭୁବନେଶ୍ୱର ପକ୍ଷରୁ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ଆରପିଏଫ ପୋଷ୍ଟ କମାଣ୍ଡର ଏମଏସ କୁମାୱତ, ସବଇନ୍ସପେକ୍ଟର ଆରସି ପାତ୍ର, ଏଚସି ଏସ ପଣ୍ଡା, ଏସସି ନାୟକ, ପ୍ରଦୀପ କୁମାର, ମନଦୀପ କୁମାର, ଜୟ ଭଗୱାନ, ଆରକେ ନାୟକ, ସୁନିଲ କୁମାର, ଶମ୍ଭୁ ଚରଣ ସାହୁ ପ୍ରମୁଖ ଏଥିôରେ ସାମିଲ ହୋଇଥିଲେ। 

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories