www.samajalive.in
Saturday, December 13, 2025
23.1 C
Bhubaneswar

ଧାନ ଅମଳ ବେଳକୁ ଦାଉ ସାଧିଲା ଅଦିନିଆ ବର୍ଷା

ବେଗୁନିଆ : ଆଉ ଦିନ କେଇଟାରେ ଚାଷୀ ତାର ବର୍ଷକର ଅମଳ ପାଚିଲା ଧାନ କ୍ଷେତରୁ କାଟି ଘରକୁ ଆଣିଥାନ୍ତା। ହେଲେ କ୍ଷେତରେ ପାଚିଲା ଧାନ ଅମଳ ବେଳକୁ ଦାଉ ସାଧିଲା ଅଦିନିଆ ବର୍ଷା। ବେଗୁନିଆ ବ୍ଲକରେ ଲୋକମାନେ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ଗତ ଦୁଇଦିନ ହେଲା ଲଘୁଚାପ ପ୍ରଭାବରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଫସଲ ଏବେ ମାଟିରେ ମିଶିଛି । ଚାଷ କାମରେ ଚାଷୀ ମାନେ ଟଙ୍କା ଧାର କରଜ କରି ଚାଷ କରିଥିବା ବେଳେ ତାହା ଆଦାୟ ବେଳକୁ ନଷ୍ଟ ହେବାକୁ ବସିଛି। ବିଲରେ ଜମି ରହିଥିବା ପାଣି ଯୋଗୁଁ ପାଚିଲା ଧାନ ଉଜୁଡିଯିବ ବୋଲି ଚାଷୀ ମାନେ କହୁଛନ୍ତି । ଏପରିକି ସମ୍ପୂର୍ଣ ପାଚି ଯାଇଥିବା ଧାନ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଭଳି ପରିସ୍ଥିତି ଚାଷୀ ମାନଙ୍କ ପାଇଁ ଏବେ ଅଧିକ କଷ୍ଟଦାୟକ ହୋଇପଡିଛି। ବେଗୁନିଆ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଏକର ଏକର ଧାନ ଚାଷରେ ଚକଡ଼ା ପୋକ ଲାଗି ଧାନ ନଷ୍ଟ କରି ଦେଉଥିବା ବେଳେ ଲଘୁଚାପ ଜନିତ ବର୍ଷା ଭଳି ପ୍ରାକୃତିକ ଦୁର୍ବିପାକ ଚାଷୀ ମାନଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି। ଏଥି ମଧ୍ୟରେ ରବି ଫସଲ ମଧ୍ୟ ପ୍ରଭାବିତ ହେବାକୁ ବସିଛି। ବିଲରେ ପାଣି ଜମିବା ଏବଂ ଝିପି ଝିପି ବର୍ଷାରେ ଗଛ ସଢିଯିବା ସହିତ ନୂଆ ବାହାରୁଥିବା ପରିବା କସିରେ ପୋକ ଲାଗି ନଷ୍ଟ କରିଦେବେ । ଏହାଦ୍ୱାରା ଖାଉଟି ମାନେ ମଧ୍ୟ ବହୁ କ୍ଷତିର ସମ୍ମୁଖୀନ ହେବେ। କାର୍ତ୍ତିକ ମାସରେ ପରିବାର ଘୋର ଅଭାବ ଜନିତ ମୂଲ୍ୟ ବୃଦ୍ଧି ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତଙ୍କ ଉପରେ ଚାପ ପକାଉଥିବାବେଳେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରବି ଫସଲ ନଷ୍ଟ ହେଲେ ଆଗକୁ ପନିପରିବା ମୂଲ୍ୟ କମିବାର ଆଶା ବହୁତ କମ। ଏଥିପ୍ରତି କୃଷି ବିଭାଗ ଅଧିକାରୀ ମାନେ ଦୃଷ୍ଟି ଦେବା ପାଇଁ ଚାଷୀ ମାନେ ଅନୁରୋଧ କରିଛନ୍ତି ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories