www.samajalive.in
Monday, December 15, 2025
15.1 C
Bhubaneswar

ଟି-୨୦ ବିଶ୍ବକପ: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ୱିକେଟରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିଅନ

ଦୁବାଇ: ଅଷ୍ଟ୍ରେଲିଆ ଟି-୨୦ ବିଶ୍ବକପ ଚାମ୍ପିଅନ। ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ୱିକେଟରେ ହରାଇ ଚାମ୍ପିଅନ। ମାର୍ଶ ଓ ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂରେ ନ୍ୟୁଜିଲାଣ୍ଡ ନିରାଶ। ଟି-୨୦ ଫର୍ମାଟରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆକୁ ଟାଇଟଲ ମିଳିଛି। ନ୍ୟୁଜିଲାଣ୍ଡ ୧୭୨/୪ ଏବଂ ଅଷ୍ଟ୍ରେଲିଆ ୧୭୩/୨।
ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଚମ୍ପିଅନ୍‌ ହୋଇଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆର ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରବିବାର ନ୍ୟୁଜିଲାଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରି କଙ୍ଗାରୁ ଦଳ ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ୍‌ ଚମ୍ପିଅନ୍‌ ହେବାର ଗୌରବ ଅର୍ଜନ କରିଛି। ଅଷ୍ଟ୍ରେଲିଆ ୧୮.୫ ଓଭରରେ ୨ଟି ୱିକେ୍‌ଟ ହରାଇ ୧୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିଛି।
ଅଷ୍ଟ୍ରେଲିଆର ଇନିଂସ ଆରମ୍ଭ କରିଥିଲେ ଡେଭିଡ୍‌ ୱାର୍ଣ୍ଣର ଓ ଅଧିନାୟକ ଆରୋନ୍‌ ଫିଞ୍ଚ। ଫିଞ୍ଚ କ୍ରିଜ୍‌ରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନଥିଲେ। ସେ ୭ଟି ବଲ୍‌ର ସାମ୍ନା କରି ଗୋଟିଏ ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ଦଳ ପାଇଁ ୫ ରନ୍‌ର ଯୋଗଦାନ କରି ଟ୍ରେଣ୍ଟ୍‌ ବୋଲ୍ଟଙ୍କ ବଲ୍‌ ଡାରେଲ୍‌ ମିଚେଲଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌କୁ ଫେରି ଆସିଥିଲେ। ଅଷ୍ଟ୍ରେଲିଆ ୧୫ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିବା ବେଳେ ୧୦୭ ରନ୍‌ରେ ୨ୟ ୱିକେଟ୍‌ ଭାବେ ୱାର୍ଣ୍ଣର ଆଉଟ୍‌ ହୋଇଥିଲେ। କିନ୍ତୁ ଆଉଟ୍‌ ହେବା ପୂର୍ବରୁ ୱାର୍ଣ୍ଣର ୩୮ଟି ବଲ୍‌ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ୫୩ ରନ୍‌ ସଂଗ୍ରହ କରିଥିଲେ। ସେ ବୋଲ୍ଟଙ୍କ ଦ୍ବାରା ଆଉଟ୍‌ ହୋଇଥିଲେ। ମିଚେଲ ମାର୍ସ (୭୭) ଓ ଗ୍ଲେନ ମେକ୍ସୱେଲ (୨୮) ଅପରାଜିତ ପାଭଲିଅନ୍‌ ଫେରିଥିଲେ।
ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରବିବାର ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଟସ୍‌ ଜିତିବା ପରେ କ୍ୱିୱି ଦଳକୁ କଙ୍ଗାରୁ ଟିମ୍‌ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ଙ୍କ ୮୫ ରନ୍‌ ଯୋଗୁଁ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୭୨ ରନ୍‌ କରିଥିଲା। ଫଳରେ ଅଷ୍ଟ୍ରେଲିଆକୁ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। କେନ୍‌ ୱିଲିୟମ୍‌ସନ୍‌ ନ୍ୟୁଜିଲାଣ୍ଡ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୮ଟି ବଲ୍‌ର ସାମ୍ନା କରି ୧୦ଟି ଚୌକା ଓ ୩ଟି ଛକା ମାରି ୧୭୭.୦୮ ହାରରେ ୮୫ ରନ୍‌ ସଂଗ୍ରହ କରିଥିଲେ।

ନ୍ୟୁଜିଲାଣ୍ଡର ଇନିଂସ ଆରମ୍ଭ କରିଥିଲେ ମାର୍ଟିନ ଗପ୍ଟିଲ ଓ ଡାରେଲ ମିଚେଲ୍‌। ଉଭୟ ବ୍ୟାଟ୍ସମ୍ୟାନ୍‌ ଦମଦାର ଆରମ୍ଭ କରିଥିଲେ। ନ୍ୟୁଜିଲାଣ୍ଡ ୩.୫ ଓଭରରେ ୨୮ ରନ୍‌ରେ ଡାରେଲ୍‌ (୧୧ ରନ୍‌)ଙ୍କୁ ହରାଇଥିଲା। ଡାରେଲ ଆଉଟ୍‌ ହୋଇଯିବା ପରେ ନ୍ୟୁଜିଲାଣ୍ଡ ପରବର୍ତ୍ତୀ ୪ ଓଭରରେ ମାତ୍ର ୧୦ ରନ୍‌ କରିଥିଲା। ସ୍କୋର ୭୬ ରନ୍‌ରେ ଅଷ୍ଟ୍ରେଲିଆର ୨ୟ ଶିକାର ହୋଇଥିଲେ ମାର୍ଟିନ୍‌ ଗପ୍ଟିଲ୍‌। ସେ ୩୫ଟି ବଲ୍‌ ଖେଳି ୩ଟି ଚୌକା ସହାୟତାରେ ୨୮ ରନ୍‌ ସଂଗ୍ରହ କରିଥିଲେ।
ନ୍ୟୁଜିଲାଣ୍ଡ ୧୪୪ ରନ୍‌ରେ ଗ୍ଲେନ୍‌ ଫିଲିପ୍ସ ଓ ୧୪୮ ରନ୍‌ରେ ୱିଲିୟମ୍‌ସନ୍‌ଙ୍କୁ ହରାଇଥିଲା। ଫିଲିପ୍ସ ବ୍ୟକ୍ତିଗତ ଭାବେ ୧୮ ରନ୍‌ ସଂଗ୍ରହ କରିବା ପାଇଁ ୧୭ଟି ବଲ୍‌ର ସାମ୍ନା କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଛକା ସାମିଲ ଥିଲା। ଜେମ୍‌ସ ନୀସାମ୍‌ (୧୩ରନ୍‌) ଓ ଟିମ୍‌ ସେଫର୍ଟ (୮ରନ୍‌) ଅପରାଜିତ ପାଭଲିଅନ୍‌କୁ ଫେରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍‌ ହାଜେଲଉଡ୍‌ ୩ଟି ୱିକେଟ୍‌ ନେଇଥିଲେ। ଆଦାମ୍‌ ଜାମ୍ପାଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories