www.samajalive.in
Saturday, December 13, 2025
23.1 C
Bhubaneswar

ଲଘୁଚାପ ବର୍ଷା ଯୋଗୁଁ ଘର ଭାଙ୍ଗିଲା ଘର, ତାରପଲିନ ଖଣ୍ଡେ ଦେଇ ଚୁପ ରହିଲା ପ୍ରଶାସନ

ଗୋପାଳପୁର: ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମନ୍ତ୍ରୀଡି ପଞ୍ଚାୟତ ଅନ୍ତର୍ଗତ ବୟାଳି ଗ୍ରାମରେ ଏକ କଚା ଘର ଭାଙ୍ଗି ଯାଇଥିଲା। ଫଳରେ ଉକ୍ତ ଘରେ ରହୁଥିବା ସ୍ବାମୀ ପରିତ୍ୟକ୍ତା ମହିଳା ଜଣଙ୍କ ନିରାଶ୍ରିତ ହୋଇଥିବା ଜଣାପଡିଛି। ସ୍ବର୍ଗତ ସେବକ ନାୟକଙ୍କ ସାନ ଝିଅ ବନିତା ନାୟକ(୩୫) ଉକ୍ତ କଚା ଘରେ ଦୀର୍ଘ ବର୍ଷ ଧରି ରହି ଆସୁଥିବା ବେଳେ ଗତ ଶୁକ୍ରବାର ରାତିରେ ଅଚାନକ ଉକ୍ତ କଚା ଘରର ଗୋଟିଏ ପାର୍ଶ୍ବର ମାଟି କାନ୍ଥ ଭୁଶୁଡି ଯାଇଥିଲା, କିନ୍ତୁ ସୈାଭାଗ୍ୟ କ୍ରମେ ଏଥିରେ କିଏ ଆହାତ ହୋଇନଥିଲେ। ଘଟଣା ଜଣା ପଡିବା ପରେ ଶନିବାର ଦିନ କନିଷି ତହସିଲଦାର ସୋନାଲି ଚାନ୍ଦଙ୍କ ନିର୍ଦେଶ କ୍ରମେ ମନ୍ତ୍ରୀଡି ରାଜସ୍ବ ନୀରିକ୍ଷକଙ୍କ ପକ୍ଷରୁ ବନିତାଙ୍କୁ ଗୋଟିଏ ତାରପଲିନ ପ୍ରଦାନ କରାଯାଇଥିଲା।

 

- Advertisement -

କିନ୍ତୁ ଶନିବାର ଦିନର ବର୍ଷାରେ ଘରଟି ସମ୍ପୂର୍ଣ୍ଣ ରୂପେ ବିପଦ ସଂକୁଳ ପାଲଟି ଯାଇଥିବା ବେଳେ ଭାଗ୍ୟକୁ ଆଦରି ବନିତା ଉକ୍ତ ଘରେ ପଡିରହିଥିବା ପ୍ରକାଶ କରିଛନ୍ତି। ଅନ୍ୟ ପଟେ ଦୀର୍ଘ ଦିନ ଧରି ବନିତା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ନିର୍ମାଣ ନିମନ୍ତେ ଆବେଦନ କରିଥିଲେ ମଧ୍ୟ ଆଜି ଯାଏଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ବନିତା ମୂଲ କାମ କଲେ ନିଜେ ଚଳୁଥିବା ବେଳେ ଆର୍ଥିକ ସମ୍ବଳ ଠିକ ନଥିବାରୁ ବର୍ତ୍ତମାନ ଉକ୍ତ ଭଙ୍ଗା ଘରର ମରାମତି କରିବାକୁ ସକ୍ଷମ ନଥିବା ପ୍ରକାଶ କରିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ତାଙ୍କ ଘର ନିର୍ମାଣରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories