www.samajalive.in
Wednesday, December 10, 2025
23.1 C
Bhubaneswar

ଲୋକେ ଦୋକାନରେ ଖାଉଥିଲେ ବିରିୟାନୀ ; ପହଞ୍ଚିଲା କୁମ୍ଭୀର

ବିରିୟାନୀ ଦୋକାନରେ କୁମ୍ଭୀର। କଥାଟା କାନକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ବର୍ତ୍ତମାନ ଏଭଳି ଏକ ଘଟଣା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାଟି ଉତ୍ତରପ୍ରଦେଶର ଲଖିମପୁର ଖୀରୀ ଜିଲାର ସମ୍ପୂର୍ଣ୍ଣ ନଗର ଥାନା ଅନ୍ତର୍ଗତ ଅଞ୍ଚଳର। ଏହି ଅଞ୍ଚଳରେ ଥିବା ଏକ ବିରିୟାନୀ ଦୋକାନରୁ ଏକ ବିଶାଳକାୟ କୁମ୍ଭୀର ଉଦ୍ଧାର ହୋଇଥିବା ଜଣାପଡ଼ିଛି।
ଏହି ଘଟଣା ଗତ ଗୁରୁବାର ସନ୍ଧ୍ୟାର। ଦୋକାନରେ ଥିବା ପେଣ୍ଡାଲ ବା ବସିବା ପାଇଁ ଥିବା ସ୍ଥାନରେ ହଠାତ ଏକ ପ୍ରକାର ହଲଚଲ ହୋଇଥିଲା। ଫଳରେ ଦୋକାନୀ ଜଣଙ୍କ ତଳକୁ ନଇଁ ଦେଖିବା ମାତ୍ରେ ତାଙ୍କୁ ବିଶାଳକାୟ ଏକ କୁମ୍ଭୀର ଦେଖାଗଲା।
ଏଭଳି କୁମ୍ଭୀରକୁ ଦେଖି ଦୋକାନୀ ସହ ସେଠାରେ ବିରିୟାନୀ ଖାଉଥିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।
ଏହାପରେ ଦୋକାନୀ ଓ ସେଠାରେ ଥିବା ଲୋକେ ବନବିଭାଗକୁ ଘଟଣା ବିଷୟରେ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ।
ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ଘଣ୍ଟା ପରିଶ୍ରମ କରି କୁମ୍ଭୀରକୁ ଧରିବାକୁ ସକ୍ଷମ ହୋଇଥିଲେ। ଏହାପରେ କୁମ୍ଭୀରକୁ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଥିଲେ।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories