www.samajalive.in
Wednesday, December 10, 2025
26.1 C
Bhubaneswar

୨ ବାଇକ ମୁହାଁମୁହିଁ ଧକ୍କା : ୨ ଗୁରୁତର

ଦେବଗଡ଼: ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ନୂଆଁପଡା-ବାଗଡିଆ ରାସ୍ତାରେ ଶନିବାର ଅପରହ୍ନ ସମୟରେ ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ନିମନ୍ତେ ଅନୁଗୁଳ ଜିଲାର ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଛେଣ୍ଡିପଦା ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ଭଜମନ ସାହୁଙ୍କ ସ୍ତ୍ରୀ ନୂଆଁପଡା ସ୍ଥିତ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟକୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ ପରୀକ୍ଷା ଦେବାକୁ ଆସିଥବା ବେଳେ ତାଙ୍କୁ ସ୍ୱାମୀ ଭଜମନ ନିଜ ବାଇକରେ ନେଉଥିଲେ। ପରୀକ୍ଷା ଶେଷ ହେବାପରେ ପ୍ରାୟ ୨ଟା ସମୟରେ ଭଜମନ ଓ ତାଙ୍କ ସ୍ତ୍ରୀ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ନୂଆଁପଡା-ବାଗଡିଆ ରାସ୍ତାର ଆଉଁଳୀ ପୋଲର ଅନତି ଦୂରରେ ସମ୍ମୁଖ ପଟୁ ଏକ ବାଇକ ଯୋଗେ ଆସୁଥିବା ବାଗଡିଆ ଗ୍ରାମର ଟୁନା ପ୍ରଧାନଙ୍କ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ତିମିଜଣ ଯାକ ବାଇକ ସହ ରାସ୍ତା ଉପରକୁ ଛିଟିକିପଡ଼ିବା ସହ ଭଜମନ ଓ ଟୁନା ଗୁରୁତର ଆହତ ହୋଇଥିଲେ। ଭଜମନଙ୍କ ସ୍ତ୍ରୀ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଏ ମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ୧୦୮ ଆମ୍ବୁଲାନ୍ସ ସେଠାରେ ପହଞ୍ଚିବା ସହ ଭଜମନ ଓ ଟୁନାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତୀ କରିଥିଭା ଜଣାପଡ଼ିଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories