www.samajalive.in
Wednesday, December 10, 2025
26.1 C
Bhubaneswar

ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଡ଼ାଲଚିନି,ଲେମ୍ବୁ ରସ

ବହୁ ସମୟରେ ତ୍ୱଚାରେ ଥିବା ବିଭିନ୍ନ ଦାଗ କାରଣରୁ ମୁହଁର ସୌନ୍ଦର୍ୟ୍ୟ ହ୍ରାସ ହୋଇଥାଏ। ଏହାକୁ ମୁହଁରୁ ଦୂର କରିବା ପାଇଁ ସଭିଏଁ ଭିନ୍ନ ଭିନ୍ନ ଦାମୀ କ୍ରିମର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପାୟ ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ନିଜର ପିଇବା ପାଣିରେ କିଛି ଦ୍ରବ୍ୟ ମିଶାଇ ପିଇବା ଦ୍ୱାରା ମୁହଁରେ ଥିବା ବିଭିନ୍ନ ଦାଗରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ତାହା କ’ଣ
ଡ଼ାଲଚିନି –
ପାଣିରେ ଅଳ୍ପ ଡ଼ାଲଚିନି ଗୁଣ୍ଡ ପକାଇ ଏହାକୁ ଫୁଟାଇ ଦିଅନ୍ତୁ। ଏହା ପରେ ଏହାକୁ ଛାଣି ଦେଇ ପିଅନ୍ତୁ। ଏହା ମୁହଁର ବିଭିନ୍ନ ଦାଗକୁ ଦୂର କରିବା ସହ ମୁହଁ ଉଜ୍ୱଳ କରିଥାଏ।
ଲେମ୍ବୁ ରସ –
ପିଇବା ପାଣିରେ କିଛି ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିବା ସହ ଦୂଷିତ ପଦାର୍ଥ ଶରୀରରୁ ବାହାର କରି ଦେଇଥାଏ। ଫଳରେ ମୁହଁର ଦାଗ ମଧ୍ୟ ଦୂର ହୋଇଥାଏ।
ଲିଚୁ –
ପିଇବା ପାଣିରେ ଲିଚୁର ରସ ମିଶାଇ ପିଇବା ଦ୍ୱାରା ମଧ୍ୟ ଏହା ମୁହଁର ସମସ୍ତ ଦାଗକୁ ଦୂର କରିଥାଏ। ଏଥିରେ ଥିବା ଭିଟାମିନ ସି ଓ ଆଣ୍ଟିଅକ୍ସିଡ଼ାଣ୍ଟ ମୁହଁର ରଙ୍ଗ ଗୋରା କରିଥାଏ।
ମହୁ – ପିଇବା ପାଣିରେ ନିୟମିତ ଏକ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ମୁହଁ ଚର୍ମ ନରମ ହେବା ସହ ଚମିକ ଥାଏ।
ପୁଦିନା ପତ୍ର-
ପୁଦିନା ପତ୍ରର ପାଣି ପିଇବା ଦ୍ୱାରା ପେଟ ସଫା ହୋଇଥାଏ। ରକ୍ତ ପରିଷ୍କାର କରିଥାଏ। ଫଳରେ ମୁହଁରେ ଦାଗ ଦୂର ହୋଇଥାଏ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories