www.samajalive.in
Wednesday, December 10, 2025
16.1 C
Bhubaneswar

ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ସିଭିଲ ସର୍ଭିସ ପରୀକ୍ଷା (ପ୍ରିଲିମ) ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୩ ତାରିଖରେ ପୂର୍ବତଟ ରେଳପଥ ଅଧିନରେ ଥିବା ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ବ୍ରହ୍ମପୁର, କେନ୍ଦୁଝରଗଡ଼, ଖରିଆର ରୋଡ଼ ଓ କୋରାପୁଟରୁ ଅପରାହ୍ନ ୪ଟାରେ ଛାଡ଼ିବ। ସେହିଭଳି କେରାପୁଟରୁ ସନ୍ଧ୍ୟା ୫ଟାରେ ଏବଂ ଅନ୍ୟ ଷ୍ଟେସନଗୁଡ଼ିକରୁ ଦିନ ୧ଟାରେ ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ଛାଡ଼ିବ। ସ୍ୱତନ୍ତ୍ର ଟ୍ରେନ୍‌ ଗୁଡ଼ିକ ସେହିଦିନ ସନ୍ଧ୍ୟାରେ ପରୀକ୍ଷା ସେଣ୍ଟର ଥିବା ସହରରେ ପହଞ୍ଚିବ।

ସ୍ୱତନ୍ତ୍ର ଟ୍ରେନ୍‌ ଗୁଡ଼ିକ ହେଲା:
– ବ୍ରହ୍ମପୁର-କଟକ ମେମୁ ଏଗଜାମିନେସନ ସ୍ପେଶାଲ
– କେନ୍ଦୁଝରଗଡ଼-କଟକ ଏଗଜାମିନେସନ ସ୍ପେଶାଲ
– ଇଚ୍ଛାପୁରମ-ବିଶାଖାପାଟଣା ଏଗଜାମିନେସନ ସ୍ପେଶାଲ
– ଖରିଆର ରୋଡ଼-ସମ୍ବଲପୁର ଏଗଜାମିନେସନ ସ୍ପେଶାଲ
– କୋରାପୁଟ-କଟକ ପାସେଞ୍ଜର ଏଗଜାମିନେସନ ସ୍ପେଶାଲ
– କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଏଗଜାମିନେସନ ସ୍ପେଶାଲ
– ରାଉରକେଲା-କଟକ ଭାୟା ଝାରସୁଗୁଡ଼ା ଏଗଜାମିନେସନ ସ୍ପେଶାଲ
– ବାରିପଦା-କଟକ ଏଗଜାମିନେସନ ସ୍ପେଶାଲ
– ବିଜୟଓ୍ଵାଡା-ବିଶାଖାପାଟଣା ଏଗଜାମିନେସନ ସ୍ପେଶାଲ

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories