କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହଣ୍ଡ୍ରେଡ୍-୨୦୨୪: ଖେଳିବେ ଓପ୍ନର ସ୍ମୃତି ମାନ୍ଧାନା ଓ ୱିକେଟକିପର ରିଚା ଘୋଷ
ନୂଆଦିଲ୍ଲୀ: ଇଂଲଣ୍ଡରେ ଆୟୋଜନ ହେବ ୧୦୦ ବଲ୍ ବିଶିଷ୍ଟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହଣ୍ଡ୍ରେଡ୍। ଏଥିରେ ମହିଳା ବର୍ଗରେ ୨ ଭାରତୀୟ ଓପ୍ନର ସ୍ମୃତି ମାନ୍ଧାନା ଓ ୱିକେଟ ରକ୍ଷକ ବ୍ୟାଟର ରିଚା ଘୋଷ ସ୍ଥାନ ପାଇଛନ୍ତି। ମାନ୍ଧାନା ସଦର୍ଣ୍ଣ ବ୍ରେଭ୍ ଦଳ ପାଇଁ ଏବଂ ରିଚା ବର୍ମିଂହାମ୍ ଫିନିକ୍ସ ଦଳ ପାଇଁ ଖେଳିବେ। ଡବ୍ଲ୍ୟୁପିଏଲ୍ ପରି ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଦେଶର ମହିଳା ଖେଳାଳି ଭାଗନେବେ।
ଗତ ଡବ୍ଲ୍ୟୁପିଏଲ୍ରେ ମାନ୍ଧାନା ଓ ରିଚା ଭଲ ପ୍ରଦର୍ଶନ କରିବାରୁ ସେମାନଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଡବ୍ଲ୍ୟୁପିଏଲ୍ ଚମ୍ପିଆନ୍ ହୋଇଥିଲା। ମହିଳା ହଣ୍ଡ୍ରେଡ୍ରେ ଭାରତୀୟଙ୍କୁ ଖେଳିବା ପାଇଁ ବିସିସିଆଇ ଅନୁମତି ଦେଇଥିବା ବେଳେ ପୁରୁଷ ଖେଳାଳିଙ୍କୁ ଏଥିରେ ଖେଳିବାର ଅନୁମତି ନାହିଁ। ମହିଳାଙ୍କ ପରି ପୁରୁଷ ହଣ୍ଡ୍ରେଡ୍ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ତାଲିକା ମଧ୍ୟ ବିଭିନ୍ନ ଦଳ ଘୋଷଣା କରିଛନ୍ତି।
Comments are closed.