www.samajalive.in
Monday, December 15, 2025
17.1 C
Bhubaneswar

ଜୟଶ୍ରୀରାମ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଆୟୋଜକ ଦଳ ଚମ୍ପିଆନ୍‌

ଆଠଗଡ : ଜୟଶ୍ରୀରାମ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଉପରସାହିର ମାଟିଗାଡିଆ ଖେଳପଡିଆରେ ଚାଲିଥିବା ୧୬ତମ ଜୟଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଜୟଶ୍ରୀରାମ କ୍ରିକେଟ କ୍ଲବ ଓ ରାଧାଗୋବିନ୍ଦପୁର କ୍ରିକେଟ କ୍ଲବ ପରସ୍ପରକୁ ଭେଟିଥିଲେ। ମ୍ୟାଚରେ ଟସ୍‌ଜିତି ରାଧାଗୋବିନ୍ଦପୁର ଦଳ ବୋଲିଂ ନିଷ୍ପତ୍ତି ନେବା ପରେ ପ୍ରତିପକ୍ଷ ଜୟଶ୍ରୀରାମ କ୍ଲବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ଓଭରରେ କୌଣସି ୱିକେଟ ନହରାଇ ପ୍ରଶାନ୍ତ ସାହୁଙ୍କ ଧୂଆଁଧାର ୨୫ବଲରୁ ଅପରାଜିତ ୯୧ରନ୍‌ ସହାୟତାରେ ଦଳ ୧୯୯ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ରାଧାଗୋବିନ୍ଦପୁର ଦଳ ୮ ଓଭରରେ ୬ ୱିକେଟ ହରାଇ ମାତ୍ର ୧୨୦ରନ୍‌ କରି ପରାଜୟ ବରଣ କରିଥିଲା। ଉଦ୍‌ଯାପନୀ ଉତ୍ସବରେ ଯୁବ ସଂଗଠକ ତଥା ପୂର୍ବତନ ସୈନିକ ଅଭୟ କୁମାର ବାରିକ ମୁଖ୍ୟ ଅତିଥି ଓ ଆଇନଜୀବୀ ଜ୍ଞାନରଞ୍ଜନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ-ବିଜେତାଙ୍କୁ ଟ୍ରଫି ଓ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ଅମୀୟ କୁମାର ଦାସ ଓ ଅଜୟ ଚକ୍ରବର୍ତ୍ତୀ ମ୍ୟାଚଟିକୁ ପରିଚାଳନା କରିଥିଲେ। ଆୟୋଜକ କ୍ଲବର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories