www.samajalive.in
Sunday, December 14, 2025
26.1 C
Bhubaneswar

ମାଟ୍ରିକ୍‌ ପରୀକ୍ଷା, ୨୭ ପରୀକ୍ଷାର୍ଥୀ ଅନୁପସ୍ଥିତ

ଆଠଗଡ :  ଆଠଗଡ ବ୍ଲକରେ ମୋଟ ୧୧ଟି ପରୀକ୍ଷା କେନ୍ଦ୍ରରେ ୧୭୩୬ ପରୀକ୍ଷାର୍ଥୀ ଶୁକ୍ରବାର ଆରମ୍ଭ ହୋଇଥିବା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଦେବାକୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୭ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାପଡିଛି । ଆଠଗଡ ସହରର ବିଶ୍ୱନାଥ ବିଦ୍ୟାପୀଠରେ ୨୧୮ରୁ ୫ଜଣ, ଗୁରୁଡିଝାଟିଆ ବାଳିକା ହାଇସ୍କୁଲର ୧୮୦ରୁ ୮ଜଣ, ସର୍ପେଶ୍ୱର ବିଦ୍ୟାପୀଠର ୧୭୮ଜଣଙ୍କ ମଧ୍ୟରୁ ୨ଜଣ, ଖୁଣ୍ଟୁଣୀସ୍ଥିତ ରାଧାନାଥ ବିଦ୍ୟାପୀଠରେ ୧୧୭ରୁ ୧ଜଣ, ବେଣ୍ଟପଦା ହାଇସ୍କୁଲରେ ୧୪୮ଜଣଙ୍କ ମଧ୍ୟରୁ ୯ଜଣ କୁଲାଇଲେ ଏଡିଏସ୍‌ ବିଦ୍ୟାପୀଠରେ ୧୨୯ରୁ ୧ଜଣ ଏବଂ ଅରଖପାଟଣାର ଲୋକନାଥ ବିଦ୍ୟାପୀଠରେ ୧୪୫ଜଣଙ୍କ ମଧ୍ୟରୁ ୧ଜଣ ଅନୁପସ୍ଥିତ ଥିବାରୁ ମୋଟ ୧୭୦୯ଜଣ ପ୍ରଥମ ଦିନ ପରୀକ୍ଷା ଦେଇଥିବା ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ସୁତ୍ରରୁୁ ପ୍ରକାଶ । ଆଠଗଡ ସହରର ବିଶ୍ୱନାଥ ବିଦ୍ୟାପୀଠରେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ, କନ୍ଦରପୁର ହାଇସ୍କୁଲ, ଗୋପିନାଥପୁରସ୍ଥିତ ଉତ୍କଳମଣି ବିଦ୍ୟାପୀଠ ଏବଂ ବାଙ୍କୀ ବ୍ଲକର ମାଳବିହାରପୁର ସରକାରୀ ସ୍କୁଲର ପରୀକ୍ଷା ଦେଉଛନ୍ତି । ସେହିପରି ସରକାରୀ ବାଳିକା ହାଇସ୍କୁଲ କେନ୍ଦ୍ରରେ କୁଲାଇଲୋର ଏଡିଏସ ବିଦ୍ୟାପୀଠ, କନ୍ତୋଲର ଅଚ୍ୟୁତାନନ୍ଦ ବିଦ୍ୟାପୀଠ, ବେଣ୍ଟପଦା ହାଇସ୍କୁଲ ଏବଂ ବାଙ୍କୀ ବ୍ଲକର ଓସ୍ତିଆ ହାଇସ୍କୁଲର ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା କେନ୍ଦ୍ର ଅଧିକ୍ଷକ ସ୍ନିଗ୍ଧା ପ୍ରିୟଦର୍ଶିନୀ ଷଡଙ୍ଗୀଙ୍କ ସୁତ୍ରରୁ ପ୍ରକାଶ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories