ମେଲବର୍ଣ୍ଣ : ବିବାହ ବନ୍ଧନରେ ବନ୍ଧା ହୋଇଛନ୍ତି ଦୁଇ ଜଣ ମହିଳା କ୍ରିକେଟର। ଜଣେ ଅଷ୍ଟ୍ରେଲିଆର ମହିଳା କ୍ରିକେଟର ହୋଇଥିଲାବଳେ ଅନ୍ୟ ଜଣଙ୍କ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟର ହୋଇଥିବା ଜଣାପଡିଛି। ନ୍ୟୁଜିଲ୍ୟାଣ୍ଡର ମହିଳା କ୍ରିକେଟରଙ୍କ ନାମ ହ୍ୟାଲି ଜନସନ୍। ସେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନଥିବା ଅଷ୍ଟ୍ରେଲିଆ ମହିଳା କ୍ରିକେଟର ନିକୋଲା ହ୍ୟାନକକଙ୍କୁ ବିବାହ କରିଛନ୍ତି। ହ୍ୟାଲି ମେଲବର୍ଣ୍ଣ ଷ୍ଟାର ପକ୍ଷରୁ ‘ମହିଳା ବିଗ ବ୍ୟାଶ’ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ ହ୍ୟାନକକଙ୍କ ପ୍ରେମରେ ପଡ଼ିଥିଲେ। ହ୍ୟାନକକ୍ ଏବେ ଅଷ୍ଟ୍ରେଲିଆ ଗ୍ରୀନ୍ ପକ୍ଷରୁ ଟି-୨୦ ଲିଗ୍ ଖେଳୁଛନ୍ତି। ହ୍ୟାଲି ଟ୍ୱିଟରରେ ନିଜ ବିବାହର ସୂଚନା ଦେଇଛନ୍ତି।
Popular Categories



