www.samajalive.in
Monday, December 15, 2025
17.1 C
Bhubaneswar

ଓପନରଙ୍କ ପୁଅ ଓପନିଂ ବୋଲର

ନୂଆଦିଲ୍ଲୀ: କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୱାଙ୍ଖଡେ ଷ୍ଟାଡ଼ିୟମରେ ଆଇପିଏଲ ପଦାର୍ପଣ କରିଥିଲେ। ଅର୍ଜୁନଙ୍କ ଏହି ବହୁ ପ୍ରତୀକ୍ଷିତ ଆଇପିଏଲ ପଦାର୍ପଣକୁ ନେଇ ଦିନକୁ ଦିନ ରୋଚକ ତଥ୍ୟ ପ୍ରକାଶ ପାଇବାରେ ଲାଗିଛି। ଅର୍ଜୁନ ଆଇପିଏଲ ପଦାର୍ପଣରେ ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ଓପନିଂ ବୋଲିଂ କରିଥିଲେ। ସଚିନ ଓପନର ବ୍ୟାଟ୍‌ସମ୍ୟାନ ଥିବାବେଳେ ପୁଅ ଅର୍ଜୁନ ଓପନିଂ ବୋଲିଂ କରିବାକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି। ସଚିନ ଓ ଅର୍ଜୁୁନ ପ୍ରଥମ ବାପା ପୁଅ ଭାବେ ଆଇପିଏଲ ଖେଳିବାରେ ମଧ୍ୟ କୀର୍ତ୍ତିମାନ ସୃଷ୍ଟି କରିଥିଲେ। ଅର୍ଜୁନ ଆରସିବି ବିିପକ୍ଷ ଆଇପିଏଲ ପଦାର୍ପଣ ମ୍ୟାଚରେ ଦୁଇ ଓଭର ବୋଲିଂ କରି ୧୭ ରନ ବ୍ୟୟ କରିଥି​‌େ​‌ଲ ମଧ୍ୟ କୌଣସି ୱିକେଟ ପାଇନଥିଲେ। ଅର୍ଜୁନଙ୍କୁ ଆଇପିଏଲ ପଦାର୍ପଣ ଟୋପି ମୁମ୍ବଇ ଇଣ୍ଡିଆନ୍‌ସର ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଦାନ କରିଥିଲେ। ପୁଅକୁ ଆଇପିଏଲରେ ପଦାର୍ପଣ କରିବାର ଦେଖି ସଚିନ ସାମାଜିକ ଗଣମାଧ୍ୟମରେ ଭାବବିହ୍ବଳ ଟ୍ବିଟ୍‌ ମଧ୍ୟ କରିଥିଲେ। ପୁତ୍ର ଅର୍ଜୁନ ଆଇପିଏଲ ପଦାର୍ପଣରେ ଓପନିଂ ବୋଲିଂ କରିବାର ସୁ​‌େ​‌ଯାଗ ପାଇବା ସୌଭାଗ୍ୟର ବିଷୟ। ୨୦୦୮ ଆଇପିଏଲ ପଦାର୍ପଣ କଥା ଏବେ ବି ମନେ ପଡୁଛି ବୋଲି ସଚିନ କହିଛନ୍ତି। ସଚିନ ୨୦୦୮ ଆଇପିଏଲ ପ୍ରଥମ ସଂସ୍କରଣରେ ମୁମ୍ବଇ ଇଣ୍ଡିଆନ୍‌ସର ନେତୃତ୍ବ ନେଇଥିଲେ। ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ସଚିନ ଆଇପିଏଲର ୬ଟି ସଂସ୍କରଣ ଖେଳିଥିଲେ। ଏହା ପରେ ମୁମ୍ବଇ ଇଣ୍ଡିଆନସ ଦଳ ସହିତ ଜଡିତ ରହିଥିଲେ। ସୂଚନାଯୋଗ୍ୟ.ସଚିନ ତେନ୍ଦୁଲକର ଭାରତୀୟ କ୍ରିକେଟ ଦଳର ଓପନର ଭାବେ ବେଶ ସୁନାମ ଅର୍ଜନ କରିଥିଲେ। ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟରେ ସଚିନ ଏକାଧୀକ କୀର୍ତ୍ତିମାନ ମଧ୍ୟ ସ୍ଥାପନ କରିଥିଲେ। ପୁତ୍ର ଅର୍ଜୁନ ତେନ୍ଦୁଲକର କିନ୍ତୁ ପିତା ସଚିନଙ୍କଠାରୁ ଭିନ୍ନ। ସଚିନ ଡାହାଣହାତୀ ବ୍ୟାଟ୍‌ସମ୍ୟାନ ସହ ସ୍ପିନ ବୋଲିଂ କରୁଥିବାବେଳେ ପୁତ୍ର ଅର୍ଜୁନ ବାମହାତୀ ବ୍ୟାଟ୍‌ସମ୍ୟାନ ସହ ମିଡ଼ିୟମ ଫାଷ୍ଟ ବୋଲର।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories