www.samajalive.in
Monday, December 15, 2025
16.1 C
Bhubaneswar

୨ୟ ଟେଷ୍ଟ: ରାହାଣେଙ୍କ ଉପରେ ସମସ୍ତଙ୍କ ନଜର

ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଆସନ୍ତା ଗୁରୁବାର ଆରମ୍ଭ ହେବ। ପ୍ରଥମ ଟେଷ୍ଟ ମ୍ୟାଚ୍‍ରେ ଭାରତୀୟ ଦଳ ପରାସ୍ତ ହୋଇଥିବାରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‍ ଜିତି ସିରିଜ୍‍ ସମାନ ସ୍ତରକୁ ଆଣିବାକୁ ଦଳ ନିଶ୍ଚିତ ଭାବେ ପ୍ରୟାସ କରିବ। ଗତ ସୋମବାର ଭାରତୀୟ ଦଳ ଲଣ୍ଡନରେ ପହଞ୍ଚି ସାରିଛି।
ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପରି ରାହାଣେ ବ୍ୟାଟିଂ ଲାଇନ୍‍ଅପର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ତେବେ ଗତ ୭ଟି ଟେଷ୍ଟରେ ରାହାଣେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‍ରେ ସେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‍ରେ ଭଲ ପ୍ରଦର୍ଶନ କରିବା ନିମନ୍ତେ ରାହାଣେଙ୍କ ନିକଟରେ ସୁଯୋଗ ଥିଲା। ତେବେ ଉଭୟ ଇନିଂସରେ ଭୁଲ୍‍ ସଟ୍‍ ମାରି ସେ ଆଉଟ୍‍ ହୋଇଥିଲେ। ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‍ରେ ଭଲ ପ୍ରଦର୍ଶନ କରିବାକୁ ରାହାଣେ ଆଶାବାଦୀ ଥିବା ଆଲୋଚନା ହେଉଛି। ୪ବର୍ଷ ତଳେ ଲର୍ଡସ ଗ୍ରାଉଣ୍ଡରେ ରାହାଣେ ଶତକ ହାସଲ କରିଥିବା ବେଳେ ପୁଣିଥରେ ସମାନ ପ୍ରକାର ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି।
ରାହାଣେଙ୍କ ପ୍ରଶିକ୍ଷକ ତଥା ପୂର୍ବତନ ଭାରତୀୟ ଖେଳାଳି ପ୍ରବୀଣ ଆମ୍ବ୍ରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଛନ୍ତି ୪ବର୍ଷ ତଳେ ରାହାଣେ ଯେଉଁ ଶତକ ହାସଲ କରିଥିଲେ ତାହା ତାଙ୍କୁ ବିଶ୍ୱସ୍ତରୀୟ କ୍ରିକେଟ୍‍ର ଭାବେ ପ୍ରମାଣିତ କରିଥିଲା। ଏହାକୁ ଦୃଷ୍ଟିର ରଖି ଚଳିତ ଟେଷ୍ଟ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ରେ ପୁନର୍ବାର ସେହିପରି ପ୍ରଦର୍ଶନ କରିବାକୁ ରାହାଣେ ଆଶାବାଦୀ। ରାହାଣେଙ୍କ ସହ ସେ କ୍ରମାଗତ ଯୋଗାଯୋଗ ରକ୍ଷା କରିଛନ୍ତି ଓ ରାହାଣେ ବେଶ୍‍ ସକାରାତ୍ମକ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇବେ ବୋଲି ଆମ୍ବ୍ରେ ମତ ଦେଇଛନ୍ତି। ରାହାଣେ ଫର୍ମ ହରାଇ ନାହାନ୍ତି, ଯଦି ସେ ପିଚ୍‍ରେ କିଛିସମୟ ତିଷ୍ଠି ଯିବେ ତେବେ ନିଶ୍ଚିତ ଭାବେ ରନ୍‍ ସ୍କୋର କରିପାରିବେ ବୋଲି ଆମ୍ବ୍ରେ କହିଛନ୍ତି।
ସେହିପରି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ନିଜ ପ୍ରତିକ୍ରିୟାରେ କହିଥିଲେ ରାହାଣେ ପୂର୍ବରୁ ଇଂଲଣ୍ଡ ମାଟିରେ ରନ୍‍ ସଂଗ୍ରହ କରିଥିବା ଦୃଷ୍ଟିରୁ ଚଳିତ ସିରିଜ୍‍ରେ ତାଙ୍କଠାରୁ ବହୁତ କିଛି ଆଶା କରାଯାଉଛି। ଟେଷ୍ଟ ସିରିଜ୍‍ରେ ଭଲ ପ୍ରଦର୍ଶନ କରିବାକୁ ହେଲେ ରାହାଣେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ କୋହଲି ଉଭୟ ଇନିଂସରେ ଭଲ ପ୍ରଦର୍ଶନ କରିଥିଲେ। ତେବେ ଟେଷ୍ଟ ସିରିଜ୍‍ରେ ବିଜୟୀ ହେବାକୁ ହେଲେ ରାହାଣେଙ୍କୁ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ ଏହା ନିଶ୍ଚିତ। ଯଦି ଏହି ଟେଷ୍ଟ ସିରିଜ୍‍ରେ ରାହାଣେ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହୁଅନ୍ତି ତେବେ ତାଙ୍କ ଉପରେ ବିପଦ ଘନେଇବ, ଏଥିରେ କୌଣସି ସନ୍ଦେହ ନାହିଁ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories