www.samajalive.in
Saturday, December 6, 2025
15.1 C
Bhubaneswar

ଲକ୍ଷାଧିକ ଟଙ୍କାର ବାଣ ଜବତ

ଚନ୍ଦନେଶ୍ବର : ବାଲେଶ୍ବର ଜିଲା ଜଳସୋହରିଆ ପଞ୍ଚାୟତ ଅଧୀନ ବହଳିଆ ଗାଁରୁ ଗୁରୁବାର ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି। ଚନ୍ଦନେଶ୍ବର ଫାଣ୍ଡି ଅଧିକାରୀ ବନ ବିହାରୀ ଶତପଥୀ ସଦଳବଳ ଚଢ଼ଉ କରି ବହଳିଆ ଗାଁର ଅଚିନ୍ତ୍ୟ ସାହୁଙ୍କ ଘରୁ ୧୧ ବସ୍ତା ଫୁଲଝରି ଜବତ କରିଛନ୍ତି। ତେବେ ବେପାରୀ ଘଟଣାସ୍ଥଳରୁ ଛୁ ମାରିଛନ୍ତି। ଏନେଇ ଭୋଗରାଇ ଥାନାରେ କେଶ ନଂ ୩୦୧/୨୫ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଫାଣ୍ଡି ଅଧିକାରୀ ପ୍ରକାଶ କରିଛନ୍ତି। ଦୀପାବଳିରେ ବାଣ ଉପରେ ସରକାର କଟକଣା ଲଗାଇଛନ୍ତି। ମାତ୍ର ଏହି କଟକଣାକୁ ଅସାମାଜିକ ବ୍ୟବସାୟୀ ବେଖାତିର କରି ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories