www.samajalive.in
Friday, December 5, 2025
20.1 C
Bhubaneswar

ଲକ୍ଷାଧିକ ଟଙ୍କାର ବାଣ ଜବତ

ଚନ୍ଦନେଶ୍ବର : ବାଲେଶ୍ବର ଜିଲା ଜଳସୋହରିଆ ପଞ୍ଚାୟତ ଅଧୀନ ବହଳିଆ ଗାଁରୁ ଗୁରୁବାର ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି। ଚନ୍ଦନେଶ୍ବର ଫାଣ୍ଡି ଅଧିକାରୀ ବନ ବିହାରୀ ଶତପଥୀ ସଦଳବଳ ଚଢ଼ଉ କରି ବହଳିଆ ଗାଁର ଅଚିନ୍ତ୍ୟ ସାହୁଙ୍କ ଘରୁ ୧୧ ବସ୍ତା ଫୁଲଝରି ଜବତ କରିଛନ୍ତି। ତେବେ ବେପାରୀ ଘଟଣାସ୍ଥଳରୁ ଛୁ ମାରିଛନ୍ତି। ଏନେଇ ଭୋଗରାଇ ଥାନାରେ କେଶ ନଂ ୩୦୧/୨୫ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଫାଣ୍ଡି ଅଧିକାରୀ ପ୍ରକାଶ କରିଛନ୍ତି। ଦୀପାବଳିରେ ବାଣ ଉପରେ ସରକାର କଟକଣା ଲଗାଇଛନ୍ତି। ମାତ୍ର ଏହି କଟକଣାକୁ ଅସାମାଜିକ ବ୍ୟବସାୟୀ ବେଖାତିର କରି ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories