www.samajalive.in
Monday, November 17, 2025
17.1 C
Bhubaneswar

ବଜ୍ରାଘାତରେ ଜଣେ ମୃତ

ଲାଞ୍ଜିଗଡ -କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତ ପଦ୍ମଥୋପା ଗାଁରେ ଘଟିଛି ଏକ ଅବାଭନୀୟ ଘଟଣା।ଗୁରୁବାର ଅପରାହ୍ନରେ ବଜ୍ରଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ସୂଚନା ମତେ ବେନାଗାଁ ପଞ୍ଚାୟତ ପଦ୍ମଥୋପା ଗାଁର ଡୁଡୁ ହରିଜନ (୫୬) ଗାଁ ନିକଟସ୍ଥ ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିବା ବେଳେ ଅପରାହ୍ନ ୪ଟା ସମୟରେ ବ୍ରଜଘାତ ଯୋଗୁଁ ଅଚେତ ହୋଇପଡିଥିଲେ।

ଗାଁ ଲୋକ ଜାଣିବା ପରେ ନିକଟସ୍ଥ ବେନଗାଁ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବିଜେପୁର ଥାନାରେ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପରେ ଏକ ଅପମୃତୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ ଡାକ୍ତରଖାନାକୁ ପଠାଯାଇଥିଲା । ସଂଧ୍ୟା ହୋଇ ଯିବାରୁ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଡୁଡୁ ହରିଜନ ଦୀର୍ଘ ବର୍ଷ ହେଲା ପଦ୍ମଥୋପା ଗାଁରେ ରହି ଗାଈ ଚରାଇ ପରିବାର ପ୍ରତିପୋଷଣ କରି ଆସୁଥିଲେ ହେଲେ ଆଜି ବଜ୍ରାଘାତରେ ତାଙ୍କ ଦେହାନ୍ତ ହୋଇଥିବାରୁ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ତେଵେ ପରିବାର କହିଲେ ବର୍ତମାନ ସ୍ତ୍ରୀ ଓ ଦୁଇ ପୁଅ ରହିବା ବେଳେ ଅତ୍ୟନ୍ତ ଗରିବ ହୋଇଥିବାରୁ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳବାସି ଦାବି କରିଛନ୍ତି ।

Hot this week

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ...

ଶ୍ଵେତାପର୍ଣ୍ଣାଙ୍କୁ ଏକଲବ୍ୟ ପୁରସ୍କାର

ସମାଜଲାଇଭ ଡେସ୍କ: ବ୍ୟାଡମିଣ୍ଟନ ତାରକା ଶ୍ଵେତାପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ...

ଭାରସାମ୍ୟ ହରାଇ ଗଛ ପିଟିହେଲା କାର, ୪ ଗୁରୁତର

ଆରଡି: ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତା ୩୫ ନମ୍ଵର ରାଜ୍ୟ ରାଜପଥର ଆରଡି ଫାଣ୍ଡି...

ଦିଲ୍ଲୀ ବିସ୍ଫୋରଣ: ଆଇ-୨୦ କାର ମାଲିକ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ଲାଲ୍‌ କିଲ୍ଲା ଅଞ୍ଚଳରେ ହୋଇଥିବା ବିସ୍ଫୋରଣ ମାମଲାରେ...

Related Articles

Popular Categories