www.samajalive.in
Monday, November 17, 2025
17.1 C
Bhubaneswar

ପୁଣି କଥା ହେଲେ ମୋଦୀ ଓ ଟ୍ରମ୍ପ

ନୂଆଦିଲ୍ଲୀ – ମୋଦୀ ଓ ଟ୍ରମ୍ପ ପୁଣି କଥା ହୋଇଛନ୍ତି । ଏ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଗାଜାରେ ଶାନ୍ତା ଫେରାଇ ଆଣିବା ପାଇଁ ଟ୍ରମ୍ପଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଥିବା କଥା ଏଥିରେ ପ୍ରକାଶ କରାଯାଇଛି । ଏହା ସହ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ କାରବାର ସମ୍ପର୍କରେ ମଧ୍ୟ ଏଥିରେ ଆଲୋଚନା ହୋଇଥିଲା ।

ମୋଦୀ ନିଜ ବନ୍ଧୁ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଥିବା କଥା ଏଥିରେ ଉଲ୍ଲେଖ କରିଛନ୍ତି ।ଆସନ୍ତା କିଛି ସପ୍ତାହ ମଧ୍ୟରେ ଦୁଇ ଦେଶ ପରସ୍ପର ଉତ୍ତମ ସମ୍ପର୍କ ରଖି କାର୍ଯ୍ୟ କରିବେ ବୋଲି ଆଲୋଚନା ହୋଇଥିବା କଥା ମୋଦୀ ଏଥିରେ ପ୍ରକାଶ କରିଛନ୍ତି ।

- Advertisement -

ଗାଜାରେ ଶାନ୍ତି ଫେରାଇ ଆଣିବା ପାଇଁ ୨୦ ଜଣ ଇସ୍ରାଏଲ୍‌ ପଣବନ୍ଦୀଙ୍କ ବଦଳରେ ଇସ୍ରାଏଲ୍‌ ୨ହଜାର ପାଲେଷ୍ଟାଇନ୍‌ ନାଗରିକଙ୍କୁ ପ୍ରତ୍ୟାର୍ପଣ କରିବ । ୭୨ ଘଣ୍ଟା ମଧ୍ୟରେ ଏହା କାର୍ଯ୍ୟ କରିବ । ହାମାସ ମଧ୍ୟ ଶାନ୍ତି ଚୁକ୍ତିରେ ସମର୍ଥନ କରିଛି । ଗାଜାରେ ଯୁଦ୍ଧ ବନ୍ଦ କରିବା ପାଇଁ ଏହା କ ପଦକ୍ଷେପ ବୋଲି ହାମାସ୍‌ ପକ୍ଷରୁ କୁହାଯାଇଛି । ହାମାସ୍‌ ପକ୍ଷରୁ ଟ୍ରମ୍ପଙ୍କୁ ଏଥିପାଇଁ ଧନ୍ୟବାଦ ଦିଆଯାଇଛି ।

Hot this week

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

Related Articles

Popular Categories