www.samajalive.in
Sunday, December 14, 2025
19.1 C
Bhubaneswar

ଆନ୍ଧ୍ରରୁ ଗାଈ କିଣି ଫେରୁଥିବା ଦୁଗ୍ଧ ଚାଷୀଙ୍କୁ ଗୋରକ୍ଷକଙ୍କ ନାଁରେ ଆକ୍ରମଣ

ସମାଜ ଡିଜିଟାଲ ଡେସ୍କ: ଆନ୍ଧ୍ରପ୍ରଦେଶରୁ ଗାଈ କିଣି ଘରକୁ ଫେରୁଥିବା ଜଣେ ଚାଷୀଙ୍କୁ ଭୁବନେଶ୍ଵର ପଳାଶୁଣୀ ଛକରେ ଆକ୍ରମଣ କରାଯାଇଛି। ଗୋରକ୍ଷକ ନାମରେ କିଛି ଦୁର୍ବୃତ୍ତ ଚାଷୀ ଏବଂ ତାଙ୍କ ସାଥୀରେ ଥିବା ଲୋକଙ୍କୁ ରାସ୍ତାରେ ଆଣ୍ଠେଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, କଟକ ଜିଲା ସିଠାଳ ଅଞ୍ଚଳର ଜଣେ ଦୁଗ୍ଧ ଚାଷୀ ଆନ୍ଧ୍ରପ୍ରଦେଶରୁ ପିକ୍‌ ଅପ ଭ୍ୟାନ ଜରିଆରେ କିଛି ଗାଈ ଏବଂ ବାଛୁରୀଙ୍କୁ କିଣି ଓଡ଼ିଶା ଫେରିଥିଲେ। ଗତ ୨୮ ତାରିଖରେ ପଳାଶୁଣୀ ଛକରେ ଏକ କାରରେ କେତେଜଣ ଦୁର୍ବୃତ୍ତ ପହଞ୍ଚି ଗାଡ଼ିକୁ ଅଟକାଇଥିଲେ। ଗୋଚାଲାଣ କରୁଥିବା ଅଭିଯୋଗ କରି ଦୁର୍ବୃତ୍ତମାନେ ଦୁଗ୍ଧ ଚାଷୀ ଏବଂ ତାଙ୍କ ସାଥୀରେ ଥିବା ଲୋକଙ୍କୁ ରାସ୍ତାରେ ଆଣ୍ଠେଇ ମାଡ଼ ମାରିଥିଲେ। ଚାଷୀ ଜଣକ ସମସ୍ତ କାଗଜପତ୍ର ଦେଖାଇଥିଲେ ହେଁ ସେମାନେ ଶୁଣି ନ ଥିଲେ। ଓଲଟି ଗାଡ଼ି ଛାଡ଼ିବାକୁ ଟଙ୍କା ଦାବି କରିଥିଲେ। ପରେ ଖବର ପାଇ ପୁଲିସ ପହଞ୍ଚିବାରୁ ଦୁଗ୍ଧଚାଷୀ ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଥିଲେ। କିନ୍ତୁ ଗୋରକ୍ଷକ ନାମରେ ଦୌରାତ୍ମ୍ୟ କରିଥିବା ଯୁବକମାନଙ୍କ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଘଟଣା ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

- Advertisement -

ଏହି ଖବର ରାଜ୍ୟ ଦୁଗ୍ଧଚାଷୀ ସଂଘ ପାଇବା ପରେ ଏଭଳି ଦୌରାତ୍ମ୍ୟ ବିରୋଧରେ ସ୍ଵର ଉତ୍ତୋଳନ କରିଛି। ସଂଘ ପଦାଧିକାରୀ ଏବଂ ପୀଡ଼ିତ ଚାଷୀ କ୍ଷତିପୂରଣ ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ଦାବିରେ ଶୁକ୍ରବାର ମଞ୍ଚେଶ୍ଵର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories