www.samajalive.in
Sunday, December 7, 2025
23.1 C
Bhubaneswar

ମହାନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି; ପ୍ରଶାସନର ସତର୍କ ସୂଚନା

ହରଭଙ୍ଗା: ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରବଳ ବନ୍ୟାଜଳ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପରେ ମହାନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ସହିତ ନଦୀ ଦୁଇକୂଳ ଖାଉଛି। ଯଦିଓ ଶୁକ୍ରବାର ସଂନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତ ତଳେ ମହାନଦୀ ଜଳସ୍ତର ରହିଛି, ସମ୍ଭାବ୍ୟ ବନ୍ୟାପରିସ୍ଥିତିକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ସମସ୍ତ ବିଡିଓ, ତହସିଲଦାର, ଅଗ୍ନିଶମବାହିନୀ, ପୁଲିସକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଧିକାରୀମାନଙ୍କୁ ମୁଖ୍ୟାଳୟ ନ ଛାଡିବାକୁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି।

ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ଜଳ ବିଭାଜନ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇ ମହାନଦୀ ଜଳପତନ ଉପରେ ତୀକ୍ଷ୍ନ ନଜର ରଖାଯାଇଛି। ଏହା ସହିତ ବ୍ଲକ ହେର୍ଡକ୍ୱାଟର ଗୁଡିକରେ ମଧ୍ୟ ଗୋଟିଏ ଲେଖାଏଁ କଣ୍ଟ୍ରୋଲ  ରୁମ ଖୋଲାଯାଇଛି। ପୂର୍ବପ୍ରସ୍ତୁତି ଅନୁଯାୟୀ ବନ୍ୟା ଆଶ୍ରୟସ୍ଥଳୀଗୁଡିକ ପ୍ରସ୍ତୁତ କରି ରଖାଯିବା ସହିତ ଆବଶ୍ୟକୀୟ ଶୁଖିଲା ଖାଦ୍ୟ, ଔଷଧ ଆଦି ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଡିଓମାନଙ୍କୁ ସ୍ଥିତି ସମୀକ୍ଷା ସହ ବନ୍ୟାପରିସ୍ଥିତି ସମ୍ପର୍କିତ ଅପଡେଟ ଖବର ମୁଖ୍ୟ କଣ୍ଟ୍ରୋଲ ରୁମ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରିବାକୁ କୁହାଯାଇଛି।

- Advertisement -

ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ହରଭଙ୍ଗା ତହସିଲର ୪୧ଟି ବନ୍ୟାପ୍ଲାବିତ ଅଂଚଳ ଲୋକଙ୍କୁ ସତର୍କ କରାଯାଇଛି। ବଡଧରଣର ବନ୍ୟାହେଲେ ହରଭଙ୍ଗା ତହସିଲର ୦୯ଟି ପଂଚାୟତର ୬୫ଟି ନଦୀକୂଳିଆ ଗ୍ରାମ ଅଧିକ ପ୍ରଭାବିତ ହେବା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ବନ୍ୟାକୁ ଦୃଷ୍ଟିରେ ରଖି ବ୍ଲକର ହରଭଙ୍ଗା, ଶଙ୍କୁଲେଇ, କୁଶଙ୍ଗ, ଧଳପୁର, ରାମଗଡ, ବୀରନରସିଂହପୁର, ରାଧାନଗର, ସାମ୍ପୋଚ୍ ପଂଚାୟତର ସମସ୍ତ ସଂରପଚ, ପିଇଓ, ଜିଆରଏସ ଏବଂ ରାଜସ୍ୱ ନୀରିକ୍ଷକମାନଙ୍କୁ ପଂଚାୟତ ହେଡକ୍ୱାର୍ଟରରେ ଉପସ୍ଥିତ ରହିବା ସହିତ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ପୂରା ମହାନଦୀ କୂଳରେ ଥିବା କୁଶଙ୍ଗ ପଂଚାୟତର ଅଭୟାରଣ୍ୟ ମଧ୍ୟରେ ରହିଥିବା ମହାନଦୀ ନିକଟବର୍ତ୍ତୀ ଗାଁ ମାରଡା, ଅତଲସରା। ହରଭଙ୍ଗା ପଂଚାୟତର କୋଡାଶିଙ୍ଗା, ଶଙ୍କୁଲେଇ ପଂଚାୟତର ପାଣିଘରା ଏବଂ ଧଳପୁର ପଂଚାୟତର ଖଣ୍ଡିଧଳପୁର, ବୀରନରସିଂହପୁର ପଂଚାୟତର ହାଟଗାଁ ଗୁଡିକ ଉପରେ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ଦିଆଯାଇଛି। ତହସିଲଦାର ବଳଦେବ ବେହେରା, ସୁପରଫାଇଜର ଜ୍ୱଳନ୍ତ ନାଏକ, ହରଭଙ୍ଗା ରାଜସ୍ୱନିରୀକ୍ଷକ ପଙ୍କଜ କହଁର ସୁରୁଣ୍ଡି, ଖଣ୍ଡିଧଳପୁର, ଡିଆଁଘାଟ, କୋଡାଶିଙ୍ଗା, ଆଦି ଅଂଚଳ ପରିଦର୍ଶନ କରିଥିଲେ। ଏ ନେଇ ଲୋକଙ୍କୁ ସର୍ତକ କରିବା ସହିତ ଗାଈଗୋରୁ ଗୃହପାଳିତ ପ୍ରାଣୀମାନଙ୍କୁ ନଦୀ ଭିତରକୁ ନ ଛାଡିବାକୁ ଲୋକଙ୍କୁ ବୁଝାଇଥିଲେ। ଏହା ସହିତ ବନ୍ୟାଜଳ ବୃଦ୍ଧି ପାଇଲେ ଉଚ୍ଚାସ୍ଥାନକୁ ଯିବା ପାଇଁ ଲୋକଙ୍କୁ ତହସିଲଦାର ବୁଝାଇଥିଲେ। ଏ ସର୍ମ୍ପକରେ ହରଭଙ୍ଗା ତହସିଲଦାର ବଳଦେବ ବେହେରାଙ୍କୁ ପଚାରିବାରୁ ସେ କହିଲେ ଆମେ ବନ୍ୟାସ୍ଥିତି ପରଖିଛୁ। ଏ ନେଇ ସମସ୍ତ ରାଜସ୍ୱ ନିରୀକ୍ଷକଙ୍କୁ ମଧ୍ୟ ଆଲର୍ଟ ରହିବାକୁ କୁହାଯାଇଛି। ଲୋକଙ୍କୁ ମଧ୍ୟ ସର୍ତକ କରାଯାଇଛି। ବର୍ତମାନ ସୁଦ୍ଧା ବିପଦ ସଙ୍କେତ ତଳେ ମହାନଦୀ ଜଳସ୍ତର ରହିଥିବା କହିଛନ୍ତି।

୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ.. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି ଚାକିରି ଠାରୁୁ ଧନ, ବିବାହ ସବୁଥିରେ ମିଳିବ ବଡ ସଫଳତା, କିଣିବେ ଘର, ଜମି..

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories