www.samajalive.in
Tuesday, December 9, 2025
23.1 C
Bhubaneswar

ବୁର୍ଲା ଭିମସାରରେ କୋଭିଡ଼ ଟିକା ଉପରେ ଗବେଷଣା

ବୁର୍ଲା : ବୁର୍ଲା ଭିମସାରରେ ଡ଼ାକ୍ତରମାନେ କୋଭିଡ଼-୧୯ ଟିକାର ଦୁଇଟି ଡ଼ୋଜ ପରେ ଆଣ୍ଟିବଡ଼ି ଆଞ୍ଚଳିକ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟରର(ଆରଏମଆସି) ସାଇଣ୍ଟିଷ୍ଟ ବୈଜ୍ଞାନିକ ମାନଙ୍କ ମିଳିତ ମିଳିତ ସହଯୋଗରେ ଅଧ୍ୟୟନ କରାଯିବ। ଗବେଷଣା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଅନୁସନ୍ଧାନ କମିଟି ଏହାର ଅନୁମତି ଦେଇସାରିଛି ଏହା ୧୨ ମାସ ପର୍ଯ୍ୟନ୍ତ ଚାଲିବ। ଭିମସାରର ଅଧ୍ୟୟନ ପରିଚାଳନା କରୁଥିବା ଡ଼ାକ୍ତରଙ୍କ ଦଳରେ କମ୍ୟୁନିଟି ମେଡ଼ିସିନ ବିଭାଗର ଡ଼ ସଞ୍ଜୀବ ମିଶ୍ର ଏବଂ ନିଶ୍ଚେତକ ବିଭାଗର ଡ଼ାକ୍ତର ବିମଲ କୃଷ୍ଣ ପଣ୍ଡା, କମ୍ୟୁନିଟି ମେଡ଼ିସିନ ବିଭାଗର ସହଯୋଗୀ ପ୍ରଫେସର ଡ଼ ସୁବ୍ରତ କୁମାର ପ୍ରଧାନ, ମାଇକ୍ରୋବାୟୋଲୋଜି ବିଭାଗର ଡ଼ ସୁମନ୍ତ କୁମାର ସାହୁ ଏବଂ କମ୍ୟୁନିଟି ମେଡ଼ିସିନ ବିଭାଗର ସହଯୋଗୀ ପ୍ରଫେସର ଡ଼ କୁଲୱନ୍ତ ଲାକ୍ରାଙ୍କ ସମେତ ଚାରିଜଣ ପିଜି ଛାତ୍ରଛାତ୍ରୀ ଏବଂ ଭିମସାରର ମଲ୍ଟିଡ଼ିସିପ୍ଲିନାରୀ ରିସର୍ଚ୍ଚ ୟୁନିଟ(ଏମଆରୟୁ)ର ଲାବାରାଟୋରୀ ଆସିଷ୍ଟାଣ୍ଟ ରହିଛନ୍ତି। ମୁଖ୍ୟ ଅନୁସନ୍ଧାନକାରୀ ଡ଼ ସଞ୍ଜିବ ମିଶ୍ରଙ୍କ ସୁତ୍ର ଅନୁସାରେ ଟିକାକରଣ ହୋଇଥିବା ଜନସଂଖ୍ୟା ଉପରେ ସେରୋକନଭରସନ ପାଳନ କରିବା ଏହା ସହିତ ଆଗକୁ ଟିକାକରଣ ହେବାକୁ ଆବଶ୍ୟକ ରହିଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯିବା ଫଳରେ ମହାମାରୀକୁ କିଛି ମାତ୍ରାରେ ହ୍ରାସ କରାଯାଇପାରିବ। ଆଣ୍ଟିବଡ଼ି ସୃଷ୍ଟି ଏବଂ ରକ୍ତ ମଧ୍ୟରେ ଚିହ୍ନିତ ହେବା ମଧ୍ୟର ସେରେକନଭରସନ ଏକ ସମୟ। ଏହା ସହିତ ପ୍ରାୟ ଅନୁସନ୍ଧାନରେ ୪୦୦ ରୁ ୫୦୦ ଲୋକଙ୍କୁ ସାମିଲ କରାଯାଇଥିବା ଡ଼ାକ୍ତର ମିଶ୍ର ସୁଚନା ଦେଇଛନ୍ତି। ନୂତନ ଟିକା ଆରମ୍ଭ ହୁଏ ସେହି ସମୟରେ ଦେଶରେ ଓଡ଼ିଶା ବିଳମ୍ବରେ ପାଇଥାଏ।

ତେବେ କୋଭିଡ଼-୧୯ ଟିକାକରଣ ସମଗ୍ର ଭାରତରେ ଚାଲିଛି। ଏଠାରେ ଗବେଷଣା ପାଇଁ ଅନୁମତି ଆମ ପାଇଁ ଏକ ଅନନ୍ୟ ସୁଯୋଗ ବୋଲି ମତ ବ୍ୟକ୍ତ କରିଛନ୍ତି। ଏମଆରୟୁର ନୋଡ଼ାଲ ଅଧିକାରୀ ଡ଼ାକ୍ତର ବିମଲ ପଣ୍ଡା ଏହା ଭିମସାରର ଏମଆରୟୁର ପ୍ରଥମ ସ୍ୱଦେଶୀ ଅନୁସଂନ୍ଧାନ ପ୍ରକଳ୍ପ। ଆମେ ଆମର ତିଆରି କରିବା ଲାବାରାଟୋରୀ ପ୍ରସ୍ତୁତ ବୋଲି କହିଛନ୍ତି। କୋଭିଡ଼-୧୯ର ଆର୍ବିଭାବ ଏବଂ ଆନ୍ତର୍ଜାତିୟ ଚିନ୍ତାଧାରାରେ ଜନସ୍ୱାସ୍ଥ୍ୟ ଜରୁରୀକାଳିନ ଘୋଷଣା ପରେ ସମଗ୍ର ବିଶ୍ୱରେ ଫୋରୋ ଟିକାକୁ ଅପେକ୍ଷା ସେପଟେ କୋଭିସିଲ୍ଡ ଏବଂ କୋଭାସ୍କିନ ନାମକ ଦୁଇଗୋଟି ଟିକାକୁ ଜରୁରୀକାଳିନ ଅନୁମୋଦନ ଦିଆଯାଇଥିବା ବେଳେ ବୃହତ ପରୀକ୍ଷଣର ଫଳାଫଳ ଏ ପର୍ଯ୍ୟନ୍ତ ଅକ୍ଷୋ କରିଛି। କୋଭିସିଲ୍ଡ ପାଇଁ ପର୍ଯ୍ୟାୟ ୩ ପରୀକ୍ଷା ତଥ୍ୟ ଟିକାକରଣର ଦ୍ୱିତୀୟ ମାତ୍ରା ପରେ ୧୪ ଦିନ ପରେ ୭୦ ପ୍ରତିଶତ ଫଳପ୍ରଦତା ଦେଖାଏ। ୧୬ ଜାନୁଆରୀ ୨୦୨୧ରେ ଭାରତ ଏହାର ଟିକାକରଣ ଡ଼୍ରାଇଭ ଆରମ୍ଭ ସ୍ୱାସ୍ଥ୍ୟସେବା କର୍ମଚାରୀ ମାନେ ପ୍ରାରମ୍ଭିକ ହିତାଧିକାରୀ ଅଟନ୍ତି। ତଥାପି ଭାରତରେ ପରୀକ୍ଷଣ ତଥ୍ୟ ଏ ପର୍ଯ୍ୟନ୍ତ ପ୍ରକାଶ ପାଇ ନ ଥିବାରୁ ଟିକାକୁ ସମର୍ଥନ କରିବା ପାଇଁ ତଥ୍ୟ ଜରୁରୀ ଅଟେ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories