www.samajalive.in
Sunday, December 7, 2025
23.1 C
Bhubaneswar

କୋଭିଡ ଟିକାକରଣ : ଟିକା ନେଲେଣି ୧ କୋଟି ୬୬ ଲକ୍ଷ ୧୬ ହଜାର ୪୮

ନୂଆଦିଲ୍ଲୀ : ଦେଶବ୍ୟାପୀ କୋଭିଡ ଟିକାକରଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । ଟିକା ନେବା ପାଇଁ  ବରିଷ୍ଠ ନାଗରିକ,  ସ୍ବାସ୍ଥ୍ୟ ସେବା କର୍ମଚାରୀ ଏବଂ ଆଗ ଧାଡିର କରୋନା ଯୋଦ୍ଧାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ।  ଗୁରୁବାର ଟିକାକରଣର ୪୮ ତମ ଦିନ ।  ତେବେ  ଆଜି ସକାଳ ୭ଟା ସୁଦ୍ଧା ଭାରତରେ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ) ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ) ମାନଙ୍କ ଟିକାକରଣ ୧ କୋଟି ୬୬ ଲକ୍ଷ ୧୬ ହଜାର ୪୮ରେ ପହଞ୍ଚିଛି ।

ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି, ୩,୨୩,୦୬୪ ସେସନରେ ୧,୬୬,୧୬,୦୪୮ ଟିକା ପ୍ରଦାନ କରାଯାଇଛି ।  ଏହା ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ)ଙ୍କ ପ୍ରଥମ ଡୋଜ୍ ୬୭,୯୦,୮୦୮, ଦ୍ୱିତୀୟ ଡୋଜ୍ ୨୮,୭୨,୭୨୫ ଏବଂ ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ)ଙ୍କ ପ୍ରଥମ ଡୋଜ୍ ୫୮,୦୩,୮୫୬ ଏବଂ ଦ୍ୱିତୀୟ ଡୋଜ୍ ୪,୨୦୨  ରହିଛି ।

- Advertisement -

ସେହିପରି ୧,୪୩,୭୫୯ ଏକାଧିକ ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ନାଗରିକ ଏବଂ ୧୦,୦୦,୬୯୮ଜଣ ୬୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ପ୍ରଥମ ଡୋଜ୍ ଟିକାଦାନ କରାଯାଇଛି।

ଜାନୁୟାରୀ ୧୬ ତାରିଖରୁ ଦେଶ ବ୍ୟାପୀ କୋଭିଡ-୧୯ ଟିକାକରଣର ଟିକାକରଣ ଆରମ୍ଭ ହୋଇଥିବା ବେଳେ ଗତ ମାସ ୧୩ ତାରିଖରୁ ଟିକାକରଣର ଦ୍ୱିତୀୟ ଡୋଜ୍ ପ୍ରଦାନ ଆରମ୍ଭ ହୋଇଛି । ପ୍ରଥମ ଡୋଜ୍ ନେବାର ୨୮ ଦିନ ଯେଉଁମାନଙ୍କର ହୋଇଛି ଅନ୍ୟପକ୍ଷରେ ଗତ ୧ ତାରିଖଠାରୁ ଦ୍ବିତୀୟ ପର୍ଯ୍ୟାୟରେ ଏକାଧିକ ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ନାଗରିକ ଏବଂ  ୬୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ପ୍ରଥମ ଡୋଜ୍ ଟିକାଦାନ କରାଯାଉଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories