www.samajalive.in
Tuesday, December 9, 2025
23.1 C
Bhubaneswar

କୋଭିଡ ଟିକାଦାନ : ଟିକା ନେଲେଣି ୨୫.୯୦ କୋଟିରୁ ଅଧିକ

ନୂଆଦିଲ୍ଲୀ : ଦେଶରେ କୋଭିଡ ପ୍ରତିଷେଧକ ଟିକାଦାନ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଏପର୍ଯ୍ୟନ୍ତ ମୋଟ ୨୫ କୋଟି ୯୦ ଲକ୍ଷ ୪୪ହଜାରରୁ ଅଧିକ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି। ଗତକାଲି ଟିକାକରଣର ୧୫୦ ତମ ଦିନରେ କେବଳ ଗତକାଲି ୩୯ ଲକ୍ଷ ୨୭ ହଜାର ୧୫୪ ହିତାଧିକାରୀଙ୍କୁ ଟିକାଦାନ କରାଯାଇଛି।

୨୦ ଲକ୍ଷ ୯୯ହଜାର ୬୨୧ ଜଣଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୧ ଲକ୍ଷ ୧୬ ହଜାର ୩୨୬ ଜଣଙ୍କୁ ଦ୍ୱିତୀୟ  ପାନ ଟିକା ଦିଆଯାଇଛି। ଦେଶରେ ୩୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୮-୪୪ ବର୍ଷ ବୟସର ୪ କୋଟି ୩୪ ଲକ୍ଷ ୩୫ ହଜାରରୁ ଅଧିକ ହିତାଧିକାରୀଙ୍କୁ ପ୍ରଥମ ପାନ ଦିଆଯାଇଥିବାବେଳେ ୮ଲକ୍ଷ ୩୩ ହଜାର ୮୦୮ଜଣଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି ।
ଓଡିଶା ସମେତ ବିହାର, ଦିଲ୍ଲୀ, ଗୁଜରାଟ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ୧୮ରୁ ୪୪ବର୍ଷ ବୟସର ୧୦ ଲକ୍ଷରୁ ଅଧିକ ଲେଖାଏଁ ହିତାଧିକାରୀଙ୍କୁ ପ୍ରଥମ ପାନ ଟିକା ଦିଆଯାଇଛି। ଦେଶରେ ଏପର୍ଯ୍ୟନ୍ତ ଏହି ବର୍ଗର ୪ କୋଟି ୪୨ ଲକ୍ଷରୁ ଅଧିକ ନାଗରିକଙ୍କୁ ଟିକାଦାନ କରାଯାଇଛି ।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories