www.samajalive.in
Monday, December 8, 2025
16.1 C
Bhubaneswar

କରୋନା ମୁକାବିଲାରେ ଭାରତକୁ ବଡ ସଫଳତା; ଅକ୍ଟୋବର ୨୧ରେ ଦେଶରେ ୧୦୦ କୋଟି ଟପିଲା କୋଭିଡ ଟିକାକରଣ

ନୂଆଦିଲ୍ଲୀ: ଦେଶରେ ୧୦୦ କୋଟି ଟପିଲା କୋଭିଡ ଟିକାକରଣ । ଏଥିସହିତ କୋଭିଡ ମୁକାବିଲା କ୍ଷେତ୍ରରେ ଭାରତକୁ ମିଳିଛି ବିରାଟ ସଫଳତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରେ ବିଶ୍ୱର ଏହି ସର୍ବବୃହତ ଟିକାକରଣ ଅଭିଯାନ ଶୁଭାରମ୍ଭ କରାଯାଇଥିଲା । ମାତ୍ର ୧୦ ମାସରୁ ଅଳ୍ପ କିଛିଦିନ ଅଧିକ ସମୟ ମଧ୍ୟରେ ୧୦୦ କୋଟି ଟିକାକରଣ ଟପିବା ଏକ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡା.ରାମ ମନୋହର ଲୋହିଆ ହସପିଟାଲ ଯାଇ ଟିକାକରଣ ଅଭିଯାନକୁ ପ୍ରୋତ୍ସାହିତ କରିଥିଲେ ।
କୋଭିଡ ବିରୋଧୀ ଲଢେଇରେ ଭାରତର ଏହି ସଫଳତାକୁ ପାଳନ କରିବାକୁ ଗୁରୁବାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଖଦିରେ ପ୍ରସ୍ତୁତ ସର୍ବବୃହତ ଭାରତର ଜାତୀୟ ପତାକା ଲାଲ କିଲ୍ଲାରେ ଉତ୍ତୋଳନ କରାଯାଇଛି । ଏହାର ଓଜନ ୧୪୦୦ କିଲୋଗ୍ରାମ, ଲମ୍ବ ୨୨୫ ଫୁଟ ଏବଂ ପ୍ରସ୍ଥ ୧୫୦ ଫୁଟ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ଯେ ସେହି ସମାନ ଜାତୀୟ ପତାକାକୁ ମହାତ୍ମା ଗାନ୍ଧୀଙ୍କର ୧୫୨ତମ ଜୟନ୍ତୀ ପାଳନ ଏବଂ ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ଲେହରେ ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ କୈଳାଶ ଖେରଙ୍କ ଦ୍ୱାରା ଗାନ କରାଯାଇଥିବା ଏକ ସଂଗୀତକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଉନ୍ମୋଚନ କରିଛନ୍ତି । କେନ୍ଦ୍ର ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ୯୪.୪ କୋଟି ବୟସ୍କ ନାଗରିକଙ୍କର ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଦେଶରେ ୧୦୦ କୋଟି ଟିକାକରଣ ଟପିବା ପରେ ଶ୍ରୀ ମାଣ୍ଡଭିୟା ଟ୍ୱିଟ୍‍ କରି ଟିକାକରଣ ସହିତ ସଂପୃକ୍ତ ସମସ୍ତ ଅଧିକାରୀ, କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ ଏବଂ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସଫଳତାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବୋଲି ସେ କହିଛନ୍ତି । ଏହି ଅବସରରେ ଦିଲ୍ଲୀ ବିମାନ ବନ୍ଦରରେ ସ୍ପାଇଶ ଜେଟ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସ୍ପାଇଶ ଜେଟ ସିଏମଡି ଅଜୟ ସିଂ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପସ୍ଥିତ ଥିଲେ । ତାହାସହିତ କୋଭିଡ ବିରୋଧୀ ଏହି ସଫଳତା ସମ୍ପର୍କରେ ବିମାନ ବନ୍ଦର, ରେଳ ଷ୍ଟେସନ, ମେଟ୍ରୋ ଷ୍ଟେସନ ଏବଂ ଜଳ ଜାହାଜଗୁଡିକରେ ଉଦଘୋଷଣା କରାଯାଉଛି ।
କେନ୍ଦ୍ର ସରକାର ଡିସେମ୍ବର ଶେଷ ସୁଦ୍ଧା ଦେଶର ସମସ୍ତ ୯୪.୪ କୋଟି ବୟସ୍କ ନାଗରିକଙ୍କୁ କୋଭିଡ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି । ସେମାନଙ୍କ ମଧ୍ୟରୁ ୭୫% ଅନ୍ୟୂନ ଗୋଟିଏ ପାନ ଟିକା ନେଇସାରିଛନ୍ତି ଏବଂ ୩୧% ଦୁଇଟି ପାନ ଟିକା ନେଇଛନ୍ତି । ଦେଶରେ ୨୦୨୧ ଜାନୁଆରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟସେବା ସହିତ ସଂପୃକ୍ତ ବ୍ୟକ୍ତିବିଶେଷଙ୍କର ଟିକାକରଣ କରାଯାଇଥିଲା । ଫେବ୍ରୁଆରୀ ୨ରୁ ସଶସ୍ତ୍ର ବାହିନୀ, ଗୃହରକ୍ଷୀ ବାହିନୀ ଆଦିଙ୍କୁ ଟିକା ଦିଆଯାଇଥିଲା । ପରେ ମାର୍ଚ୍ଚ ୧ରୁ ଟିକାକରଣ ଅଭିଯାନକୁ ସମ୍ପ୍ରସାରିତ କରାଯାଇ ୬୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ଟିକାକରଣ ଏବଂ ଅନ୍ୟାନ୍ୟ ରୋଗ ଥିବା ୪୫ ବର୍ଷରୁ ଅଧିକ ବୟସର ନାଗରିକଙ୍କୁ ଟିକା ଦିଆଯିବା କାର୍ଯ୍ୟ ଆୀରମ୍ଭ ହୋଇଥିଲା । ଏହାପରେ ମଇ ପହିଲାରୁ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କର ଟିକାକରଣକୁ ଉନ୍ମୁକ୍ତ କରାଯାଇଥିଳା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories