www.samajalive.in
Sunday, December 14, 2025
17.1 C
Bhubaneswar

ଆରୋଗ୍ୟ ହାର ୮୮.୨୬ ପ୍ରତିଶତ : କୋଭିଡ ଆରୋଗ୍ୟ କ୍ଷେତ୍ରରେ ଭାରତ ଶୀର୍ଷରେ

ନୂଆଦିଲ୍ଲୀ : ଦେଶରେ ୬୬ଲକ୍ଷ ୬୩ ହଜାର ଲୋକ କୋଭିଡରୁ ଆରୋଗ୍ୟ ଲାଭ କରିବା ସହ କୋବିଡ ଆରୋଗ୍ୟ ଦୃଷ୍ଟିରୁ ଭାରତ ବିଶ୍ୱରେ ଶୀର୍ଷସ୍ଥାନରେ ରହିଛି। ଦେଶରେ କୋଭିଡ୍‍ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଓ ଆରୋଗ୍ୟ ହାର ୮୮.୨୬ପ୍ରତିଶତ ରହିଛି। ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ସାଢ଼େ ୮ଗୁଣା ଅଧିକ ରହିଛି।

ବିଗତ ୬ ସପ୍ତାହ ଧରି ଦୈନିକ ସଂକ୍ରମିତ ଲୋକଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ମାସେ ପୂର୍ବରୁ ଦେଶରେ ଦୈନିକ ୯୦ ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ଏହା କ୍ରମଶଃ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ଭିତରେ ୫୫ ହଜାର ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିକିତ୍ସିତ ହେଉଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟି ଏହା ୭ ଲକ୍ଷ ୭୨ ହଜାର ରହିଛି। ଗତ ୨୪ ଘଣ୍ଟା ଭିତରେ ୬୬ ହଜାର ଲୋକ ଆରୋଗ୍ୟ ଲାଭ କରିବା ସହ ମୋଟ ସଂକ୍ରମଣର ଶତକଡ଼ା ୧୦. ୨ ଭାଗ ଚିକିତ୍ସାଧୀନ ଅଛନ୍ତି।
ଭାରତରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ କୋବିଡ ମୃତ୍ୟୁହାର ମଧ୍ୟ ବିଶ୍ୱ ତୁଳନାରେ ଯଥେଷ୍ଟ କମ୍‍ ରହିଛି।  ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ମୃତ୍ୟୁହାର ଜାତୀୟ ମୃତ୍ୟୁହାରଠାରୁ କମ୍‍ ରହିଛି। ଗତ ୨୪ ଘଣ୍ଟା ଭିତରେ ୫୭୯ ଜଣଙ୍କର  ମୃତ୍ୟୁ ଘଟିବା ସହ କୋଭିଡ୍‍ ମୃତ୍ୟୁହାର ୧.୫ ଭାଗ ରହିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୮ଲକ୍ଷ ୬୦ ହଜାର ନମୁନା
ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ୯ କୋଟି ୫୦ଲକ୍ଷ ୮୩ ହଜାର ନମୁନା ପରୀକ୍ଷା କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories