www.samajalive.in
Sunday, December 14, 2025
26.1 C
Bhubaneswar

ମଧୁମେହ ରୋଗୀଙ୍କ ପାଇଁ ଆବଶ୍ୟକୀୟ ଟିପ୍ସ

ମଧୁମେହ ରୋଗୀଙ୍କ ସବୁଠାରୁ ବୃହତ୍ତ ସମସ୍ୟା ହେଉଛି ଯେ ସେମାନେ କେଉଁ ଖାଦ୍ୟ କେତେ ମାତ୍ରାରେ ଖାଇଲେ ସ୍ୱାସ୍ଥ୍ୟ ପାଇଁ ତାହା କ୍ଷତିକାରକ ହେବ ନାହିଁ। ବିଶେଷ କରି କେଉଁ ଫଳ ଖାଇବେ ତାହା ଚୟନ କରିବା କଷ୍ଟସାଧ୍ୟ। କାରଣ ପ୍ରାୟ ସମସ୍ତ ଫଳର ସ୍ୱାଦ ମିଠାଳିଆ। ଜାଣନ୍ତୁ କିଛି ଏପରି ଟିପ୍ସ ବିଷୟରେ ଯାହା ମଧୁମେହ ରୋଗୀମାନେ କେଉଁ ଫଳ ଖାଇବେ ତାହା ଚୟନ କରିବାକୁ ସହାୟକ ହେବ।
ମଧୁମେହ ରୋଗୀମାନେ ଅଧିକ ପାଚିଯାଇଥିବା ଫଳ ଖାଆନ୍ତୁ ନାହିଁ। ଫଳ ସାମାନ୍ୟ କଞ୍ଚାଳିଆ ଥିବା ଅବସ୍ଥାରେ ଖାଆନ୍ତୁ। ଏତଦ୍‍ ବ୍ୟତୀତ ସ୍ୱାଦ ପାଇଁ ସମସ୍ତ ଫଳର ଚୋପା କାଢି ଖାଆନ୍ତୁ ନାହିଁ।
ସମସ୍ତ ଫଳ ସ୍ୱାସ୍ଥ୍ୟକର ହେଲେ ମଧ୍ୟ ମଧୁମେହ ରୋଗୀ ମାନେ ତରଭୂଜ,ଆମ୍ବ, କଦଳୀ, ଚିକୁ ଆଦି ଫଳକୁ ଖାଇବା ଉଚିତ ନୁହେଁ। ୨ ରୁ ୩ ମାସ ମଧ୍ୟରେ ଥରେ କିମ୍ବା ୨ ଥର ଏହି ଫଳକୁ ଖାଇପାରିବେ।
ପିଜୁଳି, ସେଓ, ନାଶପାତି ଭଳି ଫଳକୁ ମଧୁମେହ ରୋଗୀମାନେ ଖାଇପାରିବେ।
ଏତଦ୍‍ ବ୍ୟତୀତ ଫଳର ଜୁସକୁ ଅଧିକ ମାତ୍ରାରେ ମଧ୍ୟ ପିଇବା ଉଚିତ ନୁହେଁ।
ରକ୍ତଚାପ ଓ ମଧୁମେହ ରୋଗୀ ଖାଦ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ସଠିକ ସମୟରେ ଆବଶ୍ୟକ ପରିମାଣରେ ଭୋଜନ କରନ୍ତୁ।
ଅଧିକ ପରିମାଣରେ ପାଣି ପିଅନ୍ତୁ।
ନିଜ କାର୍ୟ୍ୟରେ ବାହାରକୁ ଯିବା ପୂର୍ବରୁ ପେଟ ଭର୍ତ୍ତି କରି ଖାଦ୍ୟ ଖାଆନ୍ତୁ।
ସକାଳ ସମୟରେ ଅଧିକ ପରିମାଣରେ ଜଳଖିଆ ଖାଆନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ।
ବିଭିନ୍ନ ପ୍ରକାରର ଫଳ ଖାଆନ୍ତୁ , ଜୁସ, ଖୀର, ସରବତ, ଦହି ଭରପୁର ମାତ୍ରାରେ ପିଅନ୍ତୁ।
ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ଓ ଖାଦ୍ୟ ଖାଇବା ସମୟରେ କଞ୍ଚାପିଆଜ ନିଶ୍ଚୟ ଖାଆନ୍ତୁ।
ସବୁଜ ପନିପରିବା, ଏହାସହ ତରଭୂଜ, କାକୁଡ଼ି ଆଦି ମଧ୍ୟ ଖାଆନ୍ତୁ।
ବାସି ଖାଦ୍ୟ ଖାଆନ୍ତୁ ନାହିଁ, ଆମିଷ ମଧ୍ୟ କମ ପରିମାଣରେ ଖାଆନ୍ତୁ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories