www.samajalive.in
Friday, December 12, 2025
15.1 C
Bhubaneswar

ସୁନ୍ଦର ତ୍ୱଚା ଓ କେଶ ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

କମଳା ଖାଇବାକୁ ଯେପରି ସୁଆଦିଆ ଓ ସ୍ୱାସ୍ଥ୍ୟ ପାଇଁ ହିତକାରକ, ସେଭଳି ଏହାର ଚୋପାର ଫେସ ପ୍ୟାକ ମଧ୍ୟ ତ୍ୱଚା ପାଇଁ ଖୁବ ଉପକାରୀ।
– ପ୍ରଥମେ କମଳାର ଚୋପାକୁ ଭଲ ଭାବେ ଖରାରେ ଶୁଖାଇ ଦିଅନ୍ତୁ। ଭଲ ଭାବେ ଶୁଖାଇବା ପରେ ଏହାକୁ ପେଷି ଦିଅନ୍ତୁ।
ପେଷିବା ପରେ ଏହି କମଳା ଚୋପା ଗୁଣ୍ଡରେ ହଳଦୀ ଗୁଣ୍ଡ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ।
– ଭଲ ଭାବେ ମିଶାଇବା ପରେ ଏଥିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।
– ଏହି ପେଷ୍ଟକୁ ମୁହଁରେ ଲଗାଇ କିଛି ସମୟ ରଖି ଦିଅନ୍ତୁ। ଶୁଖିବା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ।
– ସପ୍ତାହକୁ ଥରେ ଏହାକୁ ଲଗାଇଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।
କେଶ ଝଡ଼ିବାକୁ ରୋକିବା ପାଇଁ –
ପାନର ପତ୍ରକୁ ବ୍ୟବହାର କରି ଏହି ସମସ୍ୟାକୁ ଦୂର କରିହେବ। ଏଥିପାଇଁ ସର୍ବପ୍ରଥମେ ପାନ ପତ୍ରକୁ ପେଷି ଦିଅନ୍ତୁ। ଏହାପରେ ସେହି ପେଷ୍ଟରେ ରାଶି କିମ୍ବା ନଡ଼ିଆ ତେଲ ମିଶାଇ କେଶ ମୂଳରେ ଲଗାନ୍ତୁ।
ଏକ ଘଣ୍ଟା ରଖିବା ପରେ ମୁଣ୍ଡ ସଫା କରି ଦିଅନ୍ତୁ।
ପାନ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି।
ଯାହା ମୁହଁର ଦାଗ ଦୂର କରିଥାଏ। ଗୋଟିଏ କିମ୍ବା ଦୁଇଟି ପାନ ପତ୍ରକୁ ଭିଜାଇ କିଛି ସମୟ ରଖନ୍ତୁ।
ଏହାପରେ ଏହାକୁ ପେଷି ଦିଅନ୍ତୁ। ଏହି ପେଷ୍ଟରେ ହଳଦୀ ମିଶାନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ।
ଦିନକୁ ୨ଥର ଏହାକୁ ଲଗାଇଲେ ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।
ଗାଧୋଇବା ପୂର୍ବରୁ ପାନ ପତ୍ରରେ ପ୍ରସ୍ତୁତ ତେଲ ଲଗାନ୍ତୁ। ଏହାକୁ ଲଗାଇଲେ ଶରୀରର ଦୁର୍ଗନ୍ଧ ଦୂର ହୋଇଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories