ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ସତ୍କାର ହେବ ଅନ୍ୟ ଜିଲାର ବ୍ୟକ୍ତିଙ୍କ ମୃତଦେହ
ଭୁବନେଶ୍ବର: ପୁରୀ ସ୍ବର୍ଗଦ୍ବାରରେ ଶବ ସତ୍କାର ନେଇ କଟକଣା ହଟାଇ ଦିଆଯାଇଛି। ଏଣିକି ବାହାର ଜିଲାର ଯେକୌଣସି ବ୍ୟକ୍ତିଙ୍କ ମୃତଦେହ ତାଙ୍କ ସମ୍ପର୍କୀୟ ପୁରୀ ସ୍ବର୍ଗଦ୍ବାର ଆଣି ସତ୍କାର କରିପାରିବେ। ଅନ୍ୟ ସ୍ବର୍ଗଦ୍ବାରେର ଅନ୍ୟ ଜିଲାର ବ୍ୟକ୍ତିଙ୍କ ମୃତଦେହ ଶତ୍କାର କଟକଣା ହଟିବା ନେଇ ପୁରୀ ଜିଲାପାଳ ବଲୱନ୍ତ ସିଂହଙ୍କ ସୂଚନା ଦେଇଛନ୍ତି। ଏବେ ପୁରୀ ଜିଲାରେ ସଂକ୍ରମଣ ହାର କମି ଥିବାରୁ ସ୍ବର୍ଗଦ୍ବାରରୁ କଟକଣା ହଟାଗଲା।
ଜିଲାପାଳ ବଲୱନ୍ତ ସିଂହ କହିଛନ୍ତି ଯେ ଅନ୍ୟ ଜିଲାର ବ୍ୟକ୍ତିଙ୍କ ମୃତଦେହ ସତ୍କାର ପାଇଁ ସ୍ବର୍ଗଦ୍ବାରରେ ଲାଗୁ କରାଯାଇଥିବା କଟକଣା ହଟାଇ ଦିଆଯାଇଛି। ତେବେ ଶବ ସତ୍କାରବେଳେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ ଜରୁରୀ। ସ୍ବର୍ଗଦ୍ବାରକୁ ମୃତବ୍ୟକ୍ତିଙ୍କ ସମ୍ପର୍କୀୟ ୨୦ଜଣରୁ ଅଧିକ ଯିବେନାହିଁ। ସ୍ବର୍ଗଦ୍ବାରରେ ମୃତଦେହ ସତ୍କାରବେଳେ ସମସ୍ତେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ବଜାୟ ରଖିବେ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।
Comments are closed.