ଦେଶରେ ପୁଣି ୨୦ ହଜାର ପାର୍ ଦୈନିକ ସଂକ୍ରମଣ
ନୂଆଦିଲ୍ଲୀ : ଦେଶରେ ପୁଣି ଦୈନିକ ସଂକ୍ରମଣ ୨୦ ହଜାର ଅତିକ୍ରମ କରିଛି। ୨୪ ଘଣ୍ଟାରେ ଆଉ ୨୦,୫୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୯,୫୯,୩୨୧କୁ ବୃଦ୍ଧି ପାଇଛି। ଆଉ ୧୯,୨୧୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪,୩୨,୮୬,୭୮୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୪୭%। ଚିକିିତ୍ସାଧୀନ ଅବସ୍ଥାରେ ଆଉ ୪୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୬,୨୧୨ରେ ପହଞ୍ଚିଛି। ମୃତ୍ୟୁ ହାର ୧.୨୦%। ଆଉ ୧,୪୬,୩୨୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୩୩%। ଦିନକ ଆଗରୁ ଆଉ ୩,୯୬,୭୮୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୮୭,୪୦,୦୮,୦୩୭ ନମୁନା ପରୀକ୍ଷା କରାଯାଇଛି। ଦିନକ ଆଗରୁ ଆଉ ୪୦,୬୯,୨୪୧ ଟିକା ନେଇଥିବା ବେଳେ ଏଯାଏଁ ମୋଟ ୨,୦୩,୨୧,୮୨,୩୪୭ ଟିକାକରଣ କରାଯାଇଛି। ଆଜି ମଧ୍ୟାହ୍ନ ସୁଦ୍ଧା ୯,୬୧,୯୮୯ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
Comments are closed.