ଦେଶରେ ପୁଣି ୧୦ ହଜାର ପାର୍ ଦୈନିକ ସଂକ୍ରମଣ
ନୂଆଦିଲ୍ଲୀ : ଦେଶରେ ଦିନେ ଆକ୍ରାନ୍ତଙ୍କ ବୃଦ୍ଧି ହେଲେ ଦିନେ ହ୍ରାସ ହେଉଛି। ୨୪ ଘଣ୍ଟାରେ ଆଉ ୧୦ ହଜାର ୭୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୩,୭୮,୯୨୦କୁ ବୃଦ୍ଧି ପାଇଛି। ସେହିପରି ଆଉ ୧୩,୦୮୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୩୭,୫୭,୩୮୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟହାର ୯୮.୬୦%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୭,୪୮୮ରେ ପହଞ୍ଚିଛି। ମୃତ୍ୟୁହାର ୧.୧୯%। ଆଉ ୯୪,୦୪୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୨୧%। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
Comments are closed.