www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରକୃତିମିତ୍ର ତଥା ପଦ୍ମଶ୍ରୀ ଶ୍ରୀମଦ ବାବା ବଳିଆଙ୍କୁ ସମ୍ମାନିତ କଲେ ବିଭିନ୍ନ ଅନୁଷ୍ଠାନ

ବୁର୍ଲା : ବୁର୍ଲା ହୋଟେଲ ଲଜିଜ ଟାୱାର ଠାରେ ପ୍ରକୃତିମିତ୍ର ବିଶ୍ୱପ୍ରେମୀ ପଦ୍ମଶ୍ରୀ ଶ୍ରୀମଦ ବାବା ବଳିଆଙ୍କ ଉଦ୍ଦ୍ୟେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଆନୁଷ୍ଠିତ ହୋଇଯାଇଛି। ସଭାରେ ବୁର୍ଲା ବ୍ରାହ୍ମଣ ସମାଜ, ଶବ୍ଦ ସାହିତ୍ୟ ସଂସଦ, ଭାରତୀ କଳାବିକାଶ କେନ୍ଦ୍ର, ଲାୟନ୍ସ କ୍ଲବ ବୁର୍ଲା ପ୍ରଗତୀ ଓ ଅନନ୍ତ ବଳିଆ ସେବା ସଂଘ ବୁର୍ଲାର ଭକ୍ତଗଣଙ୍କ ଦ୍ୱାରା ପୁଷ୍ପଗୁଚ୍ଛ, ମାଲ୍ୟାର୍ପଣ ଉପଢ଼ୋକନ ପ୍ରଦାନ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା। ବୁର୍ଲା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ବାବାଙ୍କ ଅନେକ ବହିରାଗତ ଭକ୍ତଶିଶ୍ୟ ଉକ୍ତ ସଭାରେ ଯୋଗଦାନ କରିଥିଲେ। ସଭାରେ ପୁଜ୍ୟ ବାବା  ଏକ ଯୁଦ୍ଧମୁକ୍ତ ବିଶ୍ୱର ଆହ୍ୱାନ ଦେଇ ଭାରତ ଏହାର ନେତୃତ୍ୱ ନେଉ ବୋଲି ସରକାରଙ୍କୁ ନିବେଦନ କରିଥିଲେ। ଏକ କୁସଂସ୍କାର ମୁକ୍ତ ଭାରତର ନିର୍ମାଣ ପ।ଇଁ ଶେଷପର୍ଯ୍ୟନ୍ତ କାର୍ଯ୍ୟକରି  ଚାଲିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୁରଷ୍କାର ପାଇବା ପୁର୍ବରୁ ବଳିଆ ଆନନ୍ଦିତ ଥିଲା ଏବଂ ପଦ୍ମ ସମ୍ମାନ ବଳିଆକୁ ଆନନ୍ଦ ପ୍ରଦାନ କରିଛି। ଏ ସମ୍ମାନ ବଳିଆର ଶିଶ୍ୟଭକ୍ତ, ବଳିଆ ପ୍ରେମୀ ଓ ବିଶେଷ ଭାବରେ ସାଧୁସନ୍ଥ ମାନଙ୍କୁ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ପ୍ରେରଣା ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଥିଲେ। ଅନନ୍ତ ବଳିଆ ସେବାସଙ୍ଘ ବୁର୍ଲାର ଶିଶ୍ୟ ସୁନିଲ ଆଚାର୍ଯ୍ୟ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପ୍ରଭାସ ପଟେଲ, ଦିଲ୍ଲୀପ ସ୍ୱାଇଁ, ଚିତ୍ତ ନାହାକ, ହିମାଂଶୁ ସାମଲ, ପ୍ରମୋଦ ଦାଶ, ସନ୍ଧ୍ୟା ପଟେଲ, ଲକ୍ଷ୍ମୀ ଶତପଥି, ଲୀଳାବତୀ ସ୍ୱାଇଁ, ପଙ୍କଜିନୀ ମିଶ୍ର, ସ୍ୱର୍ଣ୍ଣଲତା ପତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନୁଷ୍ଠାନର ଆଶୁତୋଷ ବିଶି ଧନ୍ୟବଦ ଅର୍ପଣ କରିଥିଲେ। ସାମୁହିକ ପ୍ରସାଦ ସେବନ ସହିତ କାର୍ଯ୍ୟକ୍ରମ ସମାପିତ ହୋଇଥିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories