ଦେଶରେ ହ୍ରାସ ହେଉଛି ଦୈନିକ ସଂକ୍ରମଣ
ନୂଆଦିଲ୍ଲୀ : ଦେଶରେ ହ୍ରାସ ହେଉଛି ଦୈନିକ ସଂକ୍ରମଣ। ଦିନକରେ ଆଉ ୬,୧୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୪,୩୯,୯୩୦କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୭,୯୩୨ରେ ପହଞ୍ଚିଛି। ମୃତ୍ୟୁହାର ୧.୧୯%। ଆଉ ୫୯,୨୧୦ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସପ୍ତାହିକ ସଂକ୍ରମିତ ହାର ୧.୯୪%। ସେହିପରି ଆଉ ୯ ହଜାର ୬୮୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୪,୩୮,୫୫,୩୬୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୬୮%। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
Comments are closed.