www.samajalive.in
Saturday, December 6, 2025
16.1 C
Bhubaneswar

ଆର୍ଥିକ ଠାରୁ ଶାରୀରିକ ଅନେକ ସମସ୍ୟା ଦୂର କରେ ନଡିଆ ..

ଭାରତୀୟ ସଂସ୍କୃତିରେ ନଡିଆ ଅଥବା ଶ୍ରୀଫଳକୁ ଖୁବ ପବିତ୍ର ଓ ଶୁଭଫଳ କୁହାଯାଏ। ଏହି କାରଣରୁ ପ୍ରତ୍ୟେକ ଶୁଭକାର୍ଯ୍ୟ ବିବାହ,ଯଜ୍ଞ ଓ ଅନ୍ୟାନ୍ୟ ଶୁଭ କାର୍ଯ୍ୟରେ ନଡିଆକୁ ନିଶ୍ଚୟ ସାମିଲ କରାଯାଏ। ମାନ୍ୟତା ଅନୁଯାୟୀ ନଡିଆରେ ମା’ଲକ୍ଷ୍ମୀ ବାସ କରିଥାଆନ୍ତି। ତେଣୁ ଯେକୌଣସି ଶୁଭକାର୍ଯ୍ୟରେ ନଡିଆକୁ ଘରକୁ ଅଣାଯାଇଥାଏ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଜାଣନ୍ତୁ ନଡିଆ ସହ ଜଡିତ କିଛି ଉପାୟ,ଯାହା ଜୀବନର ଅନେକ ସମସ୍ୟା ଦୂର କରିଥାଏ..
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଜୀବନରେ ଆର୍ଥିକ ଓ କଳହ ସମସ୍ୟା ଲାଗି ରହୁଥିଲେ, ଏକ ନଡିଆ ଆଣନ୍ତୁ। ଏହାକୁ ୨୧ ଥର ନିଜ ମୁଣ୍ଡ ଉପରେ ବୁଲାନ୍ତୁ। ଏହାକୁ କୌଣସି ଧାର୍ମିକ ସ୍ଥାନ କିମ୍ବା ମନ୍ଦିରରେ ହେଉଥିବା ଯଜ୍ଞରେ ଦାନ କରନ୍ତୁ। ଏକ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଏହା କରିବା ଦ୍ୱାରା ସମସ୍ୟା ଦୂର ହୋଇ ଥାଏ।
କର୍ମକ୍ଷେତ୍ର ଓ ବ୍ୟବସାୟରେ କ୍ଷତି ଓ ସମସ୍ୟା ଲାଗି ରହୁଥିଲେ, ଘର ନିକଟରେ ସ୍ଥାନ ଥିଲେ ନଡିଆ ଗଛ ଲଗାନ୍ତୁ। ମାନ୍ୟତା ଅନୁଯାୟୀ ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଘରେ ବାସ କରିଥାଆନ୍ତି। ଫଳରେ ପରିବାରର ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ବାରମ୍ବାର ରୋଗଗ୍ରସ୍ତ ହେଉଥିଲେ କିମ୍ବା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ଲାଗି ରହୁଥିଲେ, ଘରେ ଯଜ୍ଞ କରାନ୍ତୁ। ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ ପୂଜା ସହ ପ୍ରାର୍ଥନା କରନ୍ତୁ। ଏହାପରେ ନଡିଆ କ୍ଷୀରି ପ୍ରସ୍ତୁତ କରି ଭୋଗ ଅର୍ପଣ କରନ୍ତୁ। ଏହାକୁ ସଭିଁଙ୍କୁ ବାଣ୍ଟି ଦିଅନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories