www.samajalive.in
Tuesday, December 9, 2025
23.1 C
Bhubaneswar

ପୁସ୍ତକକୁ ନେଇ ବିବାଦ: ସଲମନ ଖୁର୍ସିଦଙ୍କ ବିରୋଧରେ ଏତଲା ଦାଏର ପାଇଁ ଅଦାଲତଙ୍କ ଆଦେଶ

ନୂଆଦିଲ୍ଲୀ: ସଲମନ ଖୁର୍ସିଦ ତାଙ୍କର ନୂଆ ପୁସ୍ତକ ‘ସନରାଇଜ ଓଭର ଅଯୋଧ୍ୟା: ନେସନହୁଡ ଇନ ଆୱାର ଟାଇମ୍ସ’କୁ ନେଇ ବିବାଦୀୟ ହୋଇପଡିଛନ୍ତି । ଏଥିରେ ସେ ହିନ୍ଦୁତ୍ୱକୁ ନେଇ ଦେଇଥିବା ମନ୍ତବ୍ୟ ମୂଳ ବିବାଦର କାରଣ ହୋଇଛି । ଏହାକୁ ହିନ୍ଦୁ ଧର୍ମର ଅନେକ ତୀବ୍ର ସମାଲୋଚନା କରିଥିବାବେଳେ ସେଥିପାଇଁ ତାଙ୍କ ନାମରେ ଏତଲା ଦାଏର କରିବାକୁ ଏକ ଅଦାଲତ ଆଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଉକ୍ତ ପୁସ୍ତବରେ ସଲମନ ଖୁର୍ସିଦ ‘ସନାତନ’ ହିନ୍ଦୁ ଧର୍ମକୁ ଆଇଏସଆଇଏସ ସହିତ ତୁଳନା କରିଛନ୍ତି ।

ଉତ୍ତର ପ୍ରଦେଶର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶାନ୍ତନୁ ତ୍ୟାଗୀ ବକ୍ସି କା ତଲାବ ଥାନା ଇନଚାର୍ଜଙ୍କୁ କଂଗ୍ରେସ ନେତା ସଲମନ ଖୁର୍ସିଦଙ୍କ ନାମରେ ଏଥିପାଇଁ ଏକ ଏତଲା ଦାଏର କରି ଉକ୍ତ ଏତଲାର ନକଲ ଅଦାଲତରେ ତିନିଦିନ ମଧ୍ୟରେ ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ମାଜିଷ୍ଟ୍ରେଟ ତାଙ୍କ ଆଦେଶରେ କହିଛନ୍ତି ଯେ, ଏଥିପାଇଁ ଅଦାଲତରେ କରାଯାଇଥିବା ଆବେଦନ ଏବଂ ତାହା ସପକ୍ଷରେ ଦର୍ଶାଯାଇଥିବା ଯୁକ୍ତିରୁ ଅଦାଲତ ଏହି ନିର୍ଣ୍ଣୟରେ ପହଞ୍ଚିଛନ୍ତି ଯେ ସଲମନ ଖୁର୍ସିଦ ଏହାଦ୍ୱାରା ଧର୍ତ୍ତବ୍ୟ ଅପରାଧ କରିଛନ୍ତି । ଆବେଦନକାରୀ ଶୁଭାଙ୍ଗୀ ତିୱାରୀ ଖୁର୍ସିଦଙ୍କ ବିରୋଧରେ ଅଦାଲତରେ ଏକ ମାମଲା ଦାଏର କରିବା ସହିତ ତାଙ୍କ ଲିଖିତ ପୁସ୍ତକର କିଛି ଅଂଶ ହିନ୍ଦୁମାନଙ୍କର ଧର୍ମୀୟ ଭାବନା ପ୍ରତି ଗୁରୁତର ଆଘାତ ପହଞ୍ଚାଉଥିବା ଅଭିଯୋଗ କରିଥିଲେ । ଅଦାଲତଙ୍କୁ ଏହା ମଧ୍ୟ ଅବଗତ କରାଯାଇଥିଲା ଯେ ଖୁର୍ସିଦଙ୍କ ବିରୋଧରେ ଏକ ଏତଲା ଦାଏର କରିବାକୁ ଥାନାରେ ଆବେଦନପତ୍ର ଦିଆଯାଇଥିଲା, କିନ୍ତୁ ପୁଲିସ ତାହା ନକରିବାରୁ ଆବେଦନକାରୀ ଅଦାଲତଙ୍କର ଆଶ୍ରୟ ନେଇଛନ୍ତି ।

- Advertisement -

କଂଗ୍ରେସ ନେତା ସଲମନ ଖୁର୍ସିଦଙ୍କର ଏହି ନୂଆ ପୁସ୍ତକ ଚଳିତ ବର୍ଷ ନଭେମ୍ବର ମାସରେ ଉନ୍ମୋଚିତ ହେବାପରେ ତାହାକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିଲା । ଏହାର ୧୧୩ ପୃଷ୍ଠାରେ ‘ଦି ସାଫ୍ରନ ସ୍କାଏ’ ଶୀର୍ଷକ ଏକ ଅଧ୍ୟାୟରେ ଖୁର୍ସିଦ ସନାତନ ହିନ୍ଦୁ ଧର୍ମକୁ ବୋକୋ ହାରାମ ଓ ଆଇଏସଆଇଏସ ସହିତ ତୁଳନା କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଯେ ସାଧୁ ସନ୍ଥଙ୍କ ପାଇଁ ସନାତନ ଧର୍ମ ଏବଂ ପ୍ରାଚୀନ ହିନ୍ଦୁତ୍ୱ ଭାବରେ ପରିଚିତ ତାହାକୁ ହିନ୍ଦୁତ୍ୱର ଏକ ଦମ୍‍ଦାର ସଂସ୍କରଣ ଦ୍ୱାରା ଏକପାଖିଆ କରିଦିଆଯାଇଛି, କହିବାକୁ ଗଲେ ସାଂପ୍ରତିକ ସମୟରେ ଏହା ଆଇଏସଆଇଏସ ଏବଂ ବୋକୋ ହାରାମଭେଳି ଜିହାଦି ଇସଲାମ ଗୋଷ୍ଠୀ ଅନୁରୂପ ଏକ ରାଜନୈତିକ ରୂପ ନେଇଛି । ଏହାକୁ ନେଇ ବହୁ ବିଜେପି ନେତା ଖୁର୍ସିଦଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଏପରିକି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ ମଧ୍ୟ ହିନ୍ଦୁତ୍ୱକୁ ଆଇଏସଆଇଏସ ଓ ବୋକୋ ହାରାମ ସହିତ ତୁଳନା କରାଯିବା ତଥ୍ୟଗତ ଦୃଷ୍ଟିରୁ ଭୁଲ ଏବଂ ଅତିରଞ୍ଜିତ ବୋଲି ମତ ଦେଇଛନ୍ତି ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories