www.samajalive.in
Sunday, December 14, 2025
19.1 C
Bhubaneswar

ଭଗବାନଙ୍କୁ ସମନ କରିପାରିବନି ଅଦାଲତ – ମାଡ୍ରାସ ଉଚ୍ଚ ନ୍ୟାୟାଳୟ

ଚେନ୍ନଇ: ଭଗବାନଙ୍କୁ ଅଦାଲତ ସମନ କରିପାରିବ ନାହିଁ ବୋଲି ନିଜ ରାୟରେ ସ୍ପଷ୍ଟ କରି ଦେଇଛନ୍ତି ମାଡ୍ରାସ ଉଚ୍ଚ ନ୍ୟାୟାଳୟ। କୁମବାକୋନାମସ୍ଥିତ ଏକ ନିମ୍ନ ଅଦାଲତ ନିର୍ଦେଶ ବିରୋଧରେ ଆସିଥିବା ଯାଚିକାର ଶୁଣାଣି କରି ମାଡ୍ରାସ ଉଚ୍ଚ ନ୍ୟାୟାଳୟ ଏହି ରାୟ ଦେଇଛନ୍ତି। ତାମିଲନାଡୁର ତିରୁପୁର ଜିଲା ଶିବିରପାଲାୟମ୍‌ସ୍ଥିତ ପରମଶିବନ୍‌ ସ୍ବାମୀ ମନ୍ଦିରରେ ମୋଲାଭାର ଠାକୁରଙ୍କ ପ୍ରତିମା ପୂଜା ପାଇ ଆସୁଥିଲା। କିଛିଦିନ ତଳେ ଠାକୁରଙ୍କ ପ୍ରତିମା ଚୋରି ହୋଇଯାଇଥିଲା। ସ୍ଥାନୀୟ ପୁଲିସ ପ୍ରତିମା ଉଦ୍ଧାର କରି କୁମବାକୋନାମରେ ଥିବା ନିମ୍ନ ଅଦାଲତରେ ପ୍ରଦର୍ଶନ କରିବା ପରେ ମନ୍ଦିରକୁ ହସ୍ତାନ୍ତର କରିଥିଲେ। ମନ୍ଦିରରେ ପୁନର୍ବାର ଠାକୁରଙ୍କ ପ୍ରତିମା ସ୍ଥାପିତ ହେବା ସହ ବିଧିମୁତାବକ ପୂଜାର୍ଚ୍ଚନା ହୋଇଥିଲା।

ତେବେ ଏକ ବିରଳ ଘଟଣାକ୍ରମରେ ମନ୍ଦିରରେ ପୂଜା ପାଉଥିବା ଠାକୁରଙ୍କ ପ୍ରତିମାର ଯାଞ୍ଚ ନିମନ୍ତେ କୁମବାକୋନାମସ୍ଥିତ ନିମ୍ନ ଅଦାଲତ ନିର୍ଦେଶ ଦେବା ସହ ଗତ ୬ ତାରିଖରେ ଠାକୁର ପ୍ରତିମାକୁ ହାଜର କରାଇବାକୁ ନିର୍ଦେଶ ଦେଇଥିଲେ। ଏହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଯିବା ପରେ ଜଣେ ଭକ୍ତ ନିମ୍ନ ଅଦାଲତ ରାୟ ବିରୋଧରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ଏହାର ବିଚାର କରି ଉଚ୍ଚ ନ୍ୟାୟାଳୟର ବିଚାପତି ଜଷ୍ଟିସ୍‌ ଆର ସୁରେଶ ନିମ୍ନ ଅଦାଲତ ନିର୍ଦେଶକୁ ଖାରଜ କରିବା ସହ ଠାକୁରଙ୍କୁ ଅଦାଲତ ସମନ କରିପାରିବେ ନାହିଁ ବୋଲି ରାୟ ଦେଇଥିଲେ। ଅନ୍ୟପକ୍ଷରେ ଏକ ଆଇନଜୀବୀ ଆୟୋଗ ଗଠନ ସହ ଏହି ଆୟୋଗ ମନ୍ଦିରକୁ ଯାଇ ଠାକୁରଙ୍କ ପ୍ରତିମା ଯାଞ୍ଚ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଏହି ଆୟୋଗ ନିଜ ରିପୋର୍ଟ ପ୍ରସ୍ତୁତ କରି ନିମ୍ନ ଅଦାଲତରେ ପ୍ରଦାନ କରିବା ଠିକ୍‌ ହେବ ବୋଲି ଉଚ୍ଚ ନ୍ୟାୟାଳୟଙ୍କ ରାୟରେ ଦର୍ଶାଯାଇଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories