www.samajalive.in
Sunday, December 14, 2025
23.1 C
Bhubaneswar

କୋଟାରେ ନିର୍ମାଣ ହେଉଛି ଅଭିନବ ଅମ୍ଳଜାନ ଉଦ୍ୟାନ

କୋଟା: ରାଜସ୍ଥାନର କୋଟା ସହରରେ ନିର୍ମାଣ ହେଉଛି ଅମ୍ଳଜାନ ଉଦ୍ୟାନ ‘ଅକ୍ସିଜୋନ୍‌’। ପ୍ରାୟ ୭୧ ଏକର ଜମିରେ ନିର୍ମାଣାଧୀନ ଏହି ଉଦ୍ୟାନ (ପାର୍କ) ବାବଦରେ ୧୦୦କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପାର୍କର ସୁଫଳ ପାଇବେ ମାନସିକ ଚାପଗ୍ରସ୍ତ ଛାତ୍ରଛାତ୍ରୀ। କୋଟା ହେଉଛି ଆଇଆଇଟି ଓ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖାଇବାକୁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ତାଲିମର ପେଣ୍ଠସ୍ଥଳ ବା ‘କୋଚିଂ ହବ୍‌’। ଏଠାକୁ ସାରା ଦେଶରୁ ପ୍ରତିବର୍ଷ ଦେଢ଼ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ କୋଚିଂ ପାଇଁ ଆସନ୍ତି। ପ୍ରତିଦ୍ବନ୍ଦ୍ବିତାମୂଳକ ପାଠପଢ଼ାରେ ସେମାନେ ଘୋର ମାନସିକ ଓ ଶାରୀରିକ ଚାପର ବଶବର୍ତ୍ତୀ ହୋଇଥାଆନ୍ତି। ବିଫଳତା ଆଶଙ୍କାରେ ଅନେକ ଆତ୍ମହତ୍ୟା ମଧ୍ୟ କରିଥାଆନ୍ତି। ଏହାର ନିରାକରଣ ପାଇଁ ସ୍ଥାନୀୟ ପ୍ରଶାସନ ଅନେକ ପଦକ୍ଷେପ ନେଇଥିଲେ ମଧ୍ୟ ପିଲାଙ୍କୁ ମାନସିକ ଚାପ ମୁକ୍ତ କରିବା ଉଦ୍ଦେଶ୍ୟରେ ଅକ୍ସିଜୋନ୍‌ ନିର୍ମାଣ ଭଳି ଅଭିନବ ପଦକ୍ଷେପ ନେଉଛନ୍ତି।

ମରୁଭୂମି ନିକଟରେ ଅବସ୍ଥିତ କୋଟାରେ ଏହି ବିଶ୍ବସ୍ତରୀୟ ପାର୍କର ୭୨ ପ୍ରତିଶତ ଘଞ୍ଚ ଜଙ୍ଗଲ ରହିବ। ଦେଶ ବିଦେଶର ପକ୍ଷୀଙ୍କୁ ଏଠାକୁ ଆକର୍ଷିତ କରାଯିବ। ସେଠାକାର ପ୍ରଦୂଷଣ ରହିତ ପ୍ରାକୃତିକ ପରିବେଶରେ ଛାତ୍ରଛାତ୍ରୀ କିଛି ସମୟ ବିତାଇବା ସହ ମାନସିକ ଶାନ୍ତି ପାଇବେ। ସେଠାରେ ବସି ଅଧ୍ୟୟନ ମଧ୍ୟ କରିପାରିବେ। ଛୋଟ ପିଲା ଓ ବୟସ୍କଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକମାନେ ମଧ୍ୟ ଏହାର ଉପାଦେୟତା ଲାଭ କରିବେ। ସୂଚନାନୁଯାୟୀ, ଏକ ଅଚଳ କାରଖାନା ଥିବା ସ୍ଥାନରେ ପ୍ରଶାସନ ଏହି ଉଦ୍ୟାନ ନିର୍ମାଣ କରୁଛି। ଇତିମଧ୍ୟରେ ସେଠାରେ ୫୦ହଜାର ଚାରା ରୋପଣ କରାଗଲାଣି। ସେଥିମଧ୍ୟରେ ରହିଛି ପିପ୍ପଳ, ଲିମ୍ବ, ପେସ୍ତା ବାଦାମ ଆଦି ଚାରା ସହିତ ସୌନ୍ଦର୍ଯ୍ୟମୟ ତଥା ସୁବାସିତ ଫୁଲ ଚାରା ଲଗାଯାଉଛି। ଉଦ୍ୟାନରେ ଯେମିତି ତାପମାତ୍ରା କମ୍‌ ରହିବ ବା ପରିବେଶ ଶୀତଳ ରହିବ ସେ ବ୍ୟବସ୍ଥା କରାଯାଉଛି। ଏତଦ୍‌ ବ୍ୟତୀତ ଉଦ୍ୟାନ ପରିସରରେ କାଚ ଘର, ଚୁମ୍ବକୀୟ ଘୂର୍ଣ୍ଣାୟମାନ ଗମ୍ବୁଜ, ପିରାମିଡ, ଝରଣା, ଚିତ୍ରକଳା ପାହାଡ଼, ୱାଇଫାଇ କାଫେ, ଜଳାଧାର, ଖାଦ୍ୟ, ପିଲାଙ୍କ କ୍ରୀଡ଼ାଙ୍ଗନ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଉଦ୍ଭିଦ ଉଦ୍ୟାନ, ପକ୍ଷୀ ଅଭୟାରଣ୍ୟ, ଜ୍ଞାନ ପ୍ରତିମୂର୍ତ୍ତି, ପ୍ଳାଜା, ପ୍ରକୃତିର ସୁରକ୍ଷା ବାର୍ତ୍ତା ଦେଉଥିବା ୪ ବୈଜ୍ଞାନିକଙ୍କ ପ୍ରତିମା, ଆଗ୍ନେୟଗିରି, ବ୍ୟାୟାମ ମାର୍ଗ, ସାଇକଲ ମାର୍ଗ, ୧୨୦୦ ମିଟର କେନାଲ ଆଦି ରହିବ। ପ୍ରକୃତିପ୍ରେମୀଙ୍କ ପାଇଁ ଏହି ଉଦ୍ୟାନ ଅପୂର୍ବ ​ହେବ ବୋଲି କୋଟା ସ୍ବୟଂଶାସିତ ପ୍ରଶାସନ ପକ୍ଷରୁ କୁହାଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories