www.samajalive.in
Monday, December 15, 2025
16.1 C
Bhubaneswar

୪ଟି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଆରମ୍ଭ

ଡେସ୍କ: ଆଜି ସକାଳ ୮ଟାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ଆରମ୍ଭ ହୋଇଛି। ମିଜୋରାମରେ ଭୋଟ୍ ଗଣନା ଆସନ୍ତାକାଲି ହେବ।

ମଧ୍ୟପ୍ରଦେଶର ୫୨ଟି ଜିଲ୍ଲା ମୁଖ୍ୟାଳୟରେ ଥିବା ସମସ୍ତ ୨୩୦ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦ ହଜାରରୁ ଅଧିକ ଅଧିକାରୀ ଏବଂ କର୍ମଚାରୀ ଭୋଟ୍ ଗଣିବା ଦାୟିତ୍ୱ ତୁଲାଉଛନ୍ତି। ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁପମ ରାଜନ କହିଛନ୍ତି ଯେ ସରକାରୀ ଭାବେ ଫଳାଫଳ ୫ରୁ ୧୦ ଘଣ୍ଟା ମଧ୍ୟରେ ଉପଲବ୍ଧ ହେବାର ସମ୍ଭାବନା ରହିଛି।

- Advertisement -

ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ କଡା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଛି। ୩୩ଟି ଜିଲ୍ଲା ମୁଖ୍ୟାଳୟରେ ରାଜ୍ୟର ୯୦ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣନା କରାଯାଉଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଛତିଶଗଡର ବାମପନ୍ଥୀ ଉଗ୍ରବାଦୀ-ବସ୍ତର ଡିଭିଜନର ୧୨୬ଟି ଗାଁରେ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ଯାହା ଦ୍ୱାରା ଭୋଟରମାନଙ୍କୁ ଘଞ୍ଚ ଜଙ୍ଗଲ, ପାହାଡ ଏବଂ ନଦୀ ଦେଇ ବହୁ ଦୂର ଯାତ୍ରା କରିବାକୁ ପଡିଲା ନାହିଁ।

ଆଦିବାସୀମାନଙ୍କ ପାଇଁ ମତଦାନକୁ ସହଜ କରିବା ପାଇଁ ନିର୍ବାଚନ ଆୟୋଗର ପ୍ରୟାସ ଉତ୍ସାହଜନକ ଥିଲା। ଛତିଶଗଡ ଏବଂ ମଧ୍ୟପ୍ରଦେଶର ଆଦିବାସୀମାନଙ୍କ ପାଇଁ ସ୍ୱତନ୍ତ୍ର ଥିମ୍ ଆଧାରିତ ମତଦାନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଥିଲା।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories