www.samajalive.in
Tuesday, December 9, 2025
15.1 C
Bhubaneswar

ଧୋନିଙ୍କ ଦେଶ ଭକ୍ତିକୁ ଦେଖି ସାଲ୍ୟୁଟ କଲେ କଟ୍ରେଲ

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ଦ୍ରୁତ ବୋଲର ଶେଲ୍ଡନ କଟ୍ରେଲ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦେଶ ଭକ୍ତିକୁ ଦେଖି ପ୍ରଶଂସା କରିବା ସହ ତାଙ୍କୁ ସାଲ୍ୟୁଟ ମାରିଛନ୍ତି। କ୍ଷ ଧୋନିଙ୍କ ଟେରିଟୋରିଆଲ୍ ଆର୍ମିର ୧୦୬ତମ ପାରାସୁଟ୍ ବାଟାଲିୟନରେ ଯୋଗଦେବା କାରଣରୁ କଟ୍ରେଲ ତାଙ୍କୁ ଜଣେ ସଚ୍ଚା ଦେଶ ଭକ୍ତ ବୋଲି କହିଛନ୍ତି। ଶେଲ୍ଡନ କଟ୍ରେଲ ହେଉଛନ୍ତି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ଦ୍ରୁତ ବୋଲର ଯିଏକି ଚଳିତ ବିଶ୍ବକପରେ ୱିକେଟ ନେବା ପରେ ତାଙ୍କର ନିଜ ଷ୍ଟାଇଲରେ ସେଲିବ୍ରେସନ କରି ଚଚ୍ଚାକୁ ଆସିଥିଲେ। ସେ ୱିକେଟ ନେବା ପରେ ଆର୍ମି ଷ୍ଟାଇଲରେ ସାଲ୍ୟୁଟ କରି ନିଜର ଖୁସି ଜାହିର କରୁଥିଲେ।
କଟ୍ରେଲ ନିଜର ଟ୍ବିଟର ଆକାଉଣ୍ଟରେ ଧୋନିଙ୍କର ପ୍ରଶଂସା କରିଛନ୍ତି। ସେ ଧାନିଙ୍କର ୨୦୧୮ର ଏକ ଭିଡ଼ିଓ ସେୟାର କରିଛନ୍ତି। ଯେଉଁଥିରେ ଧୋନି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରୁଛନ୍ତି, ଯାହାକି ଦେଶର ୩ୟ ବଡ଼ ସମ୍ମାନ। ଏହି ଭିଡ଼ିଓ ସେୟାର କରି କଟ୍ରେଲ ଲେଖିଛନ୍ତି, ଏହି ବ୍ୟକ୍ତି ଜଣଙ୍କ(ମହେନ୍ଦ୍ର ସିଂହ ଧୋନି) କ୍ରିକେଟ ପାଇଁ ପ୍ରେରଣାର ଉତ୍ସ। ଏହା ସହିତ ସେ ଜଣେ ସଚ୍ଚା ଦେଶଭକ୍ତ।
ମହେନ୍ଦ୍ର ସିଂହ ଧୋନି ଭାରତୀୟ ସେନାରେ ରହି ୧୫ ଦିନିଆ ପ୍ରଶିକ୍ଷଣ ନେବେ। ସେ ଜୁଲାଇ ୩୧ ରୁ ଅଗଷ୍ଟ ୧୫ ପର୍ୟ୍ୟନ୍ତ କଶ୍ମୀରରେ ଥିବା ଟେରିଟୋରିଆଲ୍ ଆର୍ମିର ୧୦୬ତମ ପାରାସୁଟ୍ ବାଟାଲିୟନରେ ପ୍ରଶିକ୍ଷଣ ନେବେ। ଧୋନି ପାରାସୁଟ୍ ବାଟାଲିୟନରେ ଯୋଗ ଦେବାପରେ ଯବାନଙ୍କ ସହ ମିଶି ଗାର୍ଡ ଏବଂ ପାଟ୍ରୋଲିଂ ଭଳି ଦାୟିତ୍ୱ ସମ୍ଭାଳିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories