www.samajalive.in
Monday, December 15, 2025
17.1 C
Bhubaneswar

୨୦୨୩-୨୪ରୁ ଉପକୂଳ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ : ନିତିନ ଗଡ଼କରି

ନୂଆଦିଲ୍ଲୀ : ୨୦୨୩-୨୪ ବର୍ଷରେ ଓଡ଼ିଶାରେ ଉପକୂଳ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟସଭାରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରି ସୂଚନା ଦେଇଛନ୍ତି। ସାଂସଦ ଡ଼ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଗଡ଼କରି ଜଣାଇଛନ୍ତି ଯେ ପ୍ରସ୍ତାବିତ ଉପକୂଳ ରାଜପଥର ଟାଙ୍ଗି ନିକଟସ୍ଥ ରାମେଶ୍ୱର ଠାରୁ ରତନପୁର (୧୭୬ କିଲୋମିଟର) ଏବଂ ରତନପୁର ଠାରୁ ଦୀଘା (୧୭୦ କିଲୋମିଟର) ଖଣ୍ଡ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ରାମେଶ୍ୱର-ରତନପୁର ରାଜପଥକୁ ଚାରି ଭାଗରେ ବିଭକ୍ତ କରାଯାଇ ପ୍ୟାକେଜ-୧ରେ ରାମେଶ୍ୱର-ପୁରୀ, ପ୍ୟାକେଜ-୨ରେ ପୁରୀ-କାକଟପୁର, ପ୍ୟାକେଜ-୩ରେ କାକଟପୁର-ଏରସମା ଏବଂ ପ୍ୟାକେଜ-୪ରେ ଏରସମା-ରତନପୁର ଅଂଶ ରହିଛି। ରାଜପଥ ନିର୍ମାଣ ଲାଗି ପ୍ୟାକେଜ-୧, ପ୍ୟାକେଜ-୨ ଏବଂ ପ୍ୟାକେଜ-୪ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି ଏବଂ ୩୦ ମାସରେ ଏସବୁ ପ୍ୟାକେଜରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ରାଜପଥ ଗତିପଥ ପରିବର୍ତ୍ତନ ପାଇଁ ଆନ୍ଦୋଳନ ଚାଲିଥିବାରୁ ପ୍ୟାକେଜ-୩ର କାକଟପୁର-ଏରସମା ଖଣ୍ଡରେ ଜମି ଅଧିଗ୍ରହଣ ପ୍ରକ୍ରିୟା ପ୍ରଭାବିତ ହୋଇଛି। ଗତିପଥ ନିର୍ଦ୍ଧାରଣ ବିବାଦର ସମାଧାନ ପରେ ପ୍ୟାକେଜ-୩ ନିର୍ମାଣ ଲାଗି ଟେଣ୍ଡର ଆହ୍ୱାନ କରାଯିବ। ରାମେଶ୍ୱର-ରତନପୁର ରାଜପଥ ନିର୍ମାଣରେ ପ୍ରାୟ ୮ ହଜାର କୋଟି ବ୍ୟୟ ହେବ ବୋଲି ମନ୍ତ୍ରୀ ଗଡ଼କରି କହିଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ଲାଗି ବିସୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତି ସରିଛି ଏବଂ ଚୂଡ଼ାନ୍ତ ଡିପିଆର ୨୩ ଜାନୁଆରୀ ୨୦୨୩ରେ ଦାଖଲ ହୋଇଛି।
ରତନପୁର-ଦୀଘା ରାଜପଥ ଖଣ୍ଡ ନିର୍ମାଣ ପ୍ରସଙ୍ଗରେ ମନ୍ତ୍ରୀ ଗଡ଼କରି କହିଛନ୍ତି ଯେ ଗତିପଥ ନିର୍ଦ୍ଧାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ୨୦୨୩-୨୪ ବର୍ଷରେ ରାଜପଥ ନିର୍ମାଣ ଲାଗି କାର୍ଯ୍ୟାଦେଶ ପ୍ରଦାନ କରାଯିବ ଏବଂ ଏହି ରାଜପଥ ଖଣ୍ଡ ସମ୍ପୂର୍ଣ୍ଣ ହେବାକୁ ୩୦ ମାସ ସମୟ ଲାଗିବ। ରତନପୁର-ଦୀଘା ରାଜପଥ ଖଣ୍ଡର ବିସୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତି ଚାଲିଛି। ଡିପିଆର ଚୂଡ଼ାନ୍ତ ପରେ ନିର୍ମାଣ ବ୍ୟୟ ଅଟକଳ ଜଣାପଡ଼ିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories